ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ

ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରିୟଦର୍ଶୀ ମିଶ୍ର। ୨୦୧୪-୧୯ ପର୍ଯ୍ୟନ୍ତ ସେ ବିଜେଡିରୁ ଉତ୍ତର ଭୁବନେଶ୍ୱରର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ପ୍ରିୟଦର୍ଶୀ ଦଳୀୟ ଟିକେଟ୍‌ ପାଇଁ ଆଶାବାଦୀ ଥିଲେ। ତେବେ ଦଳ ତାଙ୍କୁ ଭରସା ନ କରିବାରୁ ଅବହେଳାର ଶିକାର ହେଉଥିବା ଦର୍ଶାଇ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦୀର୍ଘ ବର୍ଷଧରି ସେ ରାଜନୈତିକ ଜୀବନରେ ଅଛନ୍ତି। ତେଣୁ ଲୋକଙ୍କ ସେବା କରିବା ତାଙ୍କର ପ୍ରାଥମିକତା ରହିଆସିଛି। ଚଳିତ ନିର୍ବାଚନରେ ଜିତିବା ପରେ ସେ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।

ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
୨୫ବର୍ଷର ବିଜେଡି ଶାସନରେ କେବଳ ଦୁର୍ନୀତି, ଭ୍ରଷ୍ଟାଚାର ମାଡ଼ି ଚାଲିଛି। ସେହିପରି ଉତ୍ତର ନିର୍ବାଚନମଣ୍ଡଳୀରେ କୌଣସି ବିକାଶ ହୋଇନାହିଁ। ଲୋକମାନେ କେତେବେଳେ ଭିଏସ୍‌ଏସ୍‌ ନଗର ଖରାପ ରାସ୍ତା ପାଇଁ ତ ଆଉ କେତେବେଳେ ଡମ୍ପିଂୟାର୍ଡରୁ ନିର୍ଗତ ଦୁର୍ଗନ୍ଧ ପାଇଁ ହନ୍ତସନ୍ତ ହେଉଛନ୍ତି। ଭାଜପା ସରକାରକୁ ଆସିବା ପରେ କେବଳ ଉତ୍ତର ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ରାଜ୍ୟର ବିକାଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଦେଶରେ ବିକାଶର ଡବଲ ଇଞ୍ଜିନ୍‌ ଚାଲିବ।
ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
କେବଳ ନିର୍ବାଚନ ନୁହେଁ, ଏହା ପରେ ମଧ୍ୟ ମୁଁ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ରହିବି। ଅଞ୍ଚଳବାସୀଙ୍କ ବିକାଶ ମୋର ପ୍ରାଥମିକ ଦାୟିତ୍ୱ ହେବ। ଅନ୍ୟ ରାଜନେତାଙ୍କ ଭଳି କେବଳ ପ୍ରତିଶ୍ରୁତି ଦେଇ ବସିବି ନାହିଁ ବରଂ ତାକୁ ପୂରଣ ମଧ୍ୟ କରିବି।
କ’ଣ ପ୍ରତିଶ୍ରୁତି ଦେବେ?
ଉତ୍ତର ନିର୍ବାଚନମଣ୍ଡଳୀର ସବୁଠାରୁ ବଡ଼ ସମସ୍ୟା ହେଉଛି ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାର୍ଡ। ତେଣୁ ନିର୍ବାଚନ ଜିତିବା ପରେ ୬ମାସ ମଧ୍ୟରେ ଡମ୍ପିଂୟାର୍ଡ ହଟାଇବି। ସେହିପରି ପ୍ରତି ବସ୍ତିବାସିନ୍ଦାଙ୍କୁ ୬ଶହ ବର୍ଗଫୁଟ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ୫ଟି ଗ୍ରାମରେ ଶୀତଳ ଭଣ୍ଡାର ସ୍ଥାପନ କରିବା, ପଞ୍ଚାୟତରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଏବଂ ଉଠାଦୋକାନୀଙ୍କ ସ୍ଥାୟିତ୍ୱ ମୋର ପ୍ରଥମ ଦାୟିତ୍ୱ ହେବ।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିଜେଡି ଶାସନରେ ଯେଉଁ ସ୍ବେଚ୍ଛାଚାରିତା ବଢ଼ିଚାଲିଛି, ସେନେଇ ସାଧାରଣ ଲୋକଙ୍କ ଆଖି ଖୋଲି ଗଲାଣି। ଯିଏ ସେମାନଙ୍କ ଭଲମନ୍ଦରେ ଠିଆହେବେ, ସେମାନଙ୍କ ସହିତ ଜଡ଼ିତ ହୋଇ ରହିବେ, ଲୋକମାନେ ସେଭଳି ଜଣେ ନେତାଙ୍କୁ ଚାହଁୁଛନ୍ତି। ଆଉ ଭାଜପା ସର୍ବଦା ଲୋକଙ୍କ ସହିତ ସାମିଲ ହୋଇ ରହୁଛି। ତେଣୁ ଲୋକମାନଙ୍କ ସମର୍ଥନ ନିଶ୍ଚିତ ଭାବେ ମୋ ସହ ରହିବ।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ରାଜନୈତିକ ଦଳ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ଲଢୁଛନ୍ତି। କିନ୍ତୁ ମଁୁ କାହାକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଲୋକମାନେ ଏବେ ପରିବର୍ତ୍ତନ ଚାହଁୁଛନ୍ତି, ସେମାନେ ଭାଜପାକୁ ସ୍ବତଃଭାବେ ସମର୍ଥନ ଜଣାଉଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭାଜପା ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ...

KIIT Controversy: ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍‌ କଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର,୨୧ା୨: କିଟ୍‌ ପ୍ରସଙ୍ଗରେ ବିଧାନସଭାର ମୁଲତବୀ ଆଲୋଚନା ବେଳେ ବାବୁ ସିଂ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କିଟ୍‌ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ...

ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ

ଭୁବନେଶ୍ୱର, ୧୬।୨: ରାଜ୍ୟ ସଭାପତି ନିଯୁକ୍ତ ହେବ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୧୬ରୁ...

କ୍ଷମତାକୁ ଫେରିଲେ ବି ମୁଖ୍ୟମନ୍ତ୍ରୀ ହେବିନି, କାହିଁକି ଏମିତି କହିଲେ ଭକ୍ତ ଦାସ

ଭୁବନେଶ୍ୱର,୧୨ା୨: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ...

ଝାରସୁଗୁଡ଼ା ଭାଜପା ଜିଲା ସଭାପତି ପଦ ପାଇଁ ଦୌଡ଼: ଧର୍ମେନ୍ଦ୍ର ନା ସୁରେଶ କାହା ଶିବିରକୁ ଯିବ

ଝାରସୁଗୁଡା,୧୦।୨(ଆଶିଷ ରଞ୍ଜନ ଦାଶ): ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟର ୨୩ଟି ସାଙ୍ଗଠନିକ ଜିଲା ପାଇଁ ସଭାପତି ପଦ ଘୋଷଣା କରିସାରିଛି। ଅଘୋଷିତ ମଧ୍ୟରେ ପଶ୍ଚିମ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି...

ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍‌କା

ଭୁବନେଶ୍ୱର,୨ା୨: ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍‌ନିକ୍‌ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ...

ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତଡ଼ିଲ କାହିଁକି?

ନୟାଗଡ଼,୧୩।୧(ଲୋକନାଥ ମିଶ୍ର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ଭାଜପାରେ ସାମିଲ ହେବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ ଟାର୍ଗେଟ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image