ଡିସଚାର୍ଜ ହେଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାଜପା ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏକ ରାଲିରେ ଦେବଗଡ଼ ଅଭିମୁଖେ ଆଣିଥିଲେ।
ସୂଚନାନୁଯାୟୀ, ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ବାସଭବନରୁ ଗିରଫ କରିଥିଲା। ଗିରଫ ହେବା ପରେ ୨ ତାରିଖ ଠାରୁ ସେ ଅସୁସ୍ଥତା କାରଣରୁ ଦେବଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ପରେ ୪ ତାରିଖ ଦିନ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ୭ ତାରିଖରେ ଦେବଗଡ ଜିଲା ଦୌରା ଜଜ ତାଙ୍କ ଜାମିନ୍‌ ଆବେଦନ ମଞ୍ଜୁର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ବହିଷ୍କାର କଲେ ଜିଲାପାଳ

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାମାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମର ୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଦୁଇରୁ ଅଧିକ ସନ୍ତାନ ଥିବାରୁ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

ଏପ୍ରିଲ ୩ରୁ ୩ ଦିନ ଧରି କୁଆପଥର ବର୍ଷା

ଭୁବନେଶ୍ୱର,୧।୪: ଏପ୍ରିଲ ୩ରୁ ୩ ଦିନ ଧରି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ୯ ଜିଲାକୁ ଅରେଞ୍ଜ...

ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ

ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍‌ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ...

ଭାରତରେ ହେବ ଭୟଙ୍କର ଭୂକମ୍ପ? ଡରାଉଛି IIT ବୈଜ୍ଞାନିକଙ୍କ ଚେତାବନୀ

କାନପୁର,୧।୪: ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ମ୍ୟାନମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ମ୍ୟାନମାରରେ...

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା...

ବିବାଦୀୟ ପରିସ୍ଥିତିରେ ଲୋକାର୍ପଣ ହେଲା ଅନ୍ତ୍ୟୋଦ୍ୱୟଯୋଜନା

ଆନନ୍ଦପୁର,୧।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆବାସୀ ମାଧ୍ୟମରେ ଅନ୍ତ୍ୟୋଦ୍ୱୟ ଯୋଜନାର ଆବାସ  ଲୋକାର୍ପଣ ରବିବାର ଅନୁଷ୍ଠିତ ହୋଇଥିଲା।...

ଫାଶୀ ପୂର୍ବରୁ କଏଦୀଙ୍କୁ କାହିଁକି ପଚରାଯାଏ ଶେଷଇଛା? କାରଣ ଜାଣି ନ ଥିବେ…

ପ୍ରାୟତଃ ଆପଣ ଶୁଣିଥିବେ ଯେ କିଛି ନିର୍ଦ୍ଧିଷ୍ଟ ମାମଲାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି କେଉଁ ନିୟମ ଅନୁଯାୟୀ ଅପରାଧୀଙ୍କୁ ଫାଶୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image