ଆମେ ଯଦି କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟାର ସମ୍ମୁଖୀନ ହେଉ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରିଥାଉ। ହେଲେ ଏପରି ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ଉପାୟ ଉଦ୍ଭାବନ ହୋଇଛି। ଚାଇନାର ବୈଜ୍ଞାନିକମାନେ ଦୀର୍ଘ ତିନିବର୍ଷ ଗବେଷଣା କରି ଏକ ହାଇଟେକ୍ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ଏହି ସୂକ୍ଷ୍ମ ଡିଭାଇସକୁ ଲେନ୍ସରେ ସଂଯୋଗ କରାଯାଇଥାଏ। କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟା ଥିଲେ ତାହାକୁ କେତେକାଂଶରେ ଦୂର କରିବାରେ ଏହା ସକ୍ଷମ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।