ମାଂସପେଶୀକୁ ଦୃଢ଼ ରଖିବା ପାଇଁ ଏକ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ ପ୍ରସ୍ତୁତ କରାଯାଇଛି। ୟୁନିଭର୍ସିଟି ଅଫ କୁଇନସଲ୍ୟାଣ୍ଡର ବିଶେଷଜ୍ଞମାନେ ବ୍ୟାଣ୍ଡ ଆକାରର ଏପରି ଡିଭାଇସ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ବ୍ୟାୟାମ କରିବା ସମୟରେ ଏହି ଡିଭାଇସ୍କୁ ବାହୁରେ ପିନ୍ଧିବାକୁ ପଡିଥାଏ। ଏହାଦ୍ୱାରା ହୃତସ୍ପନ୍ଦନ, ମାଂସପେଶୀରେ କେତେ ଶକ୍ତିଶାଳୀ, ବ୍ୟାୟାମ କରିବା ଦ୍ୱାରା କେତେ କ୍ୟାଲୋରୀ ବର୍ଣ୍ଣ ହେଉଛି ତାହା ଜଣାପଡିଥାଏ। ପରେ ଏହାକୁ ମିନିଟରେ ସଂଯୁକ୍ତ କରି ସଂପୃକ୍ତ ବ୍ୟକ୍ତି ସ୍ବାସ୍ଥ୍ୟ ବିଷୟରେ ସୂଚନା ମିଳିଥାଏ। ତାହାକୁ ଅନୁଧ୍ୟାନ କରି ସେହି ବ୍ୟକ୍ତିଙ୍କର ମାଂସପେଶୀ କିପରି ଅଛି ଜଣାପଡିଥାଏ ଏବଂ କିଛି ସମସ୍ୟା ଥିଲେ ତାହାର ସମାଧାନ ବିଷୟରେ ଡାକ୍ତର ପରାମର୍ଶ ଦେଇଥାଆନ୍ତି ବୋଲି ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।