କ୍ରମାଗତ ପରାଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ଦଳ ବିଜୟ ଧାରାକୁ ଫେରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁଇଟି ସୁପରଭରରେ ପଞ୍ଜାବ ଜିତିବାରେ କ୍ରିସ୍ ଗେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗେଲ ଝଡ଼ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବୋଲର ଆର ଅଶ୍ୱିନ ଗେଲଙ୍କୁ ଆଉଟ୍ କରିଦେଇଥିଲେ। ଉକ୍ତ ମ୍ୟାଚ୍ରେ ଅଶ୍ୱିନ ନିଜ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋରେ ସେ କ୍ରିସ ଗେଲଙ୍କ ଜୋତାର ଲେସ ବାନ୍ଧୁଥିବାର ନଜର ଆସିଛନ୍ତି। ଫଟୋ କ୍ୟାପସନରେ ସେ ଏକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଯଦି ଗେଲଙ୍କୁ ଆଉଟ୍ କରାଯାଏ ତେବେ ତାଙ୍କର ଦୁଇ ଗୋଡ ବାନ୍ଧିବା ଆବଶ୍ୟକ। ଏହି ମ୍ୟାଚ୍ରେ ଅଶ୍ୱିନ ଚମତ୍କାର ବୋଲିଂ କରି ୪ ଓଭରରେ ୨୭ ରନ ସଂଗ୍ରହ କରି କ୍ରିସ ଗେଲଙ୍କ ଉଇକେଟ ନେଇଥିଲେ।
The devil is always in the detail.😂😂😂 .. “Tie both his feet together, before bowling to him”.
Tough day for us @DelhiCapitals but, we will bounce back stronger. pic.twitter.com/4jO8JWyMCW
— Ashwin 🇮🇳 (@ashwinravi99) October 21, 2020