ତଦନ୍ତ ପରିସରକୁ ଆସିବେ ଡିଏଫ୍‌ଓ

ପାରଳାଖେମୁଣ୍ଡି,୨୧।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବା ନେଇ ଗଜପତି ଏସପ କହିଛନ୍ତି। ଏତଲାରେ ଡିଏଫଓଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛି । ଠିକ ସମୟରେ ଡିଏଫଓଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପର୍ଟ ଅଛନ୍ତି, ତଦନ୍ତରେ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ ଆସିଛନ୍ତି। କ୍ରାଇମବ୍ରାଞ୍ଚ ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବ । ତଦନ୍ତ ଠିକ ଭାବେ ଚାଲିଥିବା ସେ କହିଛନ୍ତି। ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି, ଭିଡିଓଗ୍ରାଫି ହୋଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଏଯାବତ୍‌ ମିଳିପାରିନି। ଏହା ଏକ ଜଟିଳ ମାମଲା, ସବୁ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ବୋଲି ଏସ୍‌ପି କହିଛନ୍ତି।
ସେହିଭଳି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯିବ। କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେ ନେଇ ତଦନ୍ତ ହେବ।

Share