Categories: ବାଣିଜ୍ୟ

ଧନ୍‌ତେରସ୍‌ କାରବାର ଉତ୍ସାହଜନକ

ଭୁବନେଶ୍ୱର, ୧୧।୧୧, (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧନ୍‌ତେରସ ଉପଲକ୍ଷେ ସାରା ରାଜ୍ୟରେ ଏକ ପ୍ରକାର ଉତ୍ସବ ପାଳିତ ହେଉଥିଲା। ବିଶେଷକରି ଧନ୍‌ତେରସରେ ଧନ କ୍ରୟ (ମୂଲ୍ୟବାନ୍‌ ଅଳଙ୍କାର) ସବୁ କ୍ଷେତ୍ର ପାଇଁ ସୁଫଳ ଦେଇଥାଏ ବୋଲି କାହିଁ କେଉଁ କାଳରୁ ଲୋକକଥା ରହିଆସିଛି। ଏପରିକି ଗଁାଠୁ ସହର ସବୁ ସ୍ଥାନରେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଧନ୍‌ତେରସ ପାଇଁ ଆକର୍ଷଣୀୟ ଅଫର ଓ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେଇଛନ୍ତି। ଅପରପକ୍ଷରେ ଧନ୍‌ତେରସର କାରବାର ବେଶ୍‌ ଉତ୍ସାହଜନ ରହିଥିଲାବେଳେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବ୍ୟାପକ ନୂତନ କଲେକ୍ସନର ସମ୍ଭାର ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ଧନ୍‌ତେରସ କାରବାର ୧୦୦ରୁ କୋଟି ଅଧିକ ଟଙ୍କା ହୋଇଥିବା ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଓ ସଂଘଗୁଡିକ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ଭିଡ଼ କାରବାରକୁ କିଛି ମାତ୍ରାରେ ସୁହାଇଛି ବୋଲି ବ୍ୟବସାୟୀମାନେ ସୁନା ବଜାରର ସମ୍ଭାବ୍ୟ ଭିଡ଼ରୁ ଅନୁମାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଧନ୍‌ତେରସ ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା- ଲାଲ୍‌ଚାନ୍ଦ୍‌ ଜୁଏଲର୍ସ, ଖିମ୍‌ଜୀ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ଜୟ ଆଲୁକ୍କାସ, ତନିସ୍କ, ରିଲାଏନ୍ସ ଜୁଏଲର୍ସ, ପି.ସି.ଚନ୍ଦ୍ରା ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ପ୍ରୀତମ ଜୁଏଲର୍ସ, ଭବାନୀ ଅଳଙ୍କାର, ଲୋକନାଥ ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ମା ଗୌରୀ ଜୁଏଲର୍ସ, ଜେ.କେ ଜୁଏଲର୍ସ, ଜାଭେରୀ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ରୀତା ଜୁଏଲର୍ସ, କଳାମନ୍ଦିର ଜୁଏଲର୍ସ, ସ୍ମାଇଲ ଗୋଲ୍‌ଡ ଜୁଏଲର୍ସ, ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ରୀତା ଆଣ୍ଡ ସନ୍ସ ଭଳି ଗହଣା ଦୋକାନଗୁଡିକରେ ସମ୍ଭାବ୍ୟ ଭିଡ଼ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଅପରପକ୍ଷରେ ଧନ୍‌ତେରସର ଶୁଭ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ନୂତନ କଲେକ୍ସନର ବୃହତ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଥିଲା। ବିଶେଷ କରି ପ୍ରତି ଗ୍ରାମ ପିଛା ୬୨୫ଟଙ୍କାର ମୂଲ୍ୟରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢା ମୂଲ୍ୟ ଦିଆଯାଉଥିବାବେଳେ ପ୍ରତି କ୍ୟାରେଟ ହୀରା ମୂଲ୍ୟ ଉପରେ ଫ୍ଳାଟ୍‌ ୨୦,୦୦୦ ଟଙ୍କାର ରିହାତି ଏବଂ ରୁପା ଗହଣାର ଗଢା ମୂଲ୍ୟ ଉପରେ ଫ୍ଲାଟ ୫୦% ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଛି।

Share