Categories: ଖେଳ

ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ କୋଚ୍‌ଙ୍କୁ ବ୍ୟାନ

ନୂଆଦିଲ୍ଲୀ,୧।୭:ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟାନଶିପ ୨୦୨୩ରେ ଭାରତୀୟ ଫୁଟବଲ ଟିମ୍‌ ଚତ୍ମକାର ପ୍ରଦର୍ଶନ ଜାରି ରଖିଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଚମତ୍କାର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି। ତେବେ ଲେବାନନ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଦଳ ପାଇଁ ଏକ ଖରାପ ଖବର ଆସିଛି। ଭାରତୀୟ ଫୁଟବଲ ଟିମ୍‌ର କୋଚ୍‌ ଇଗୋର ଷ୍ଟିମାକଙ୍କୁ ଦୁଇଟି ମ୍ୟାଚ୍‌ରେ ବ୍ୟାନ୍‌ କରାଯାଇଛି। ଅର୍ଥାତ୍‌ ଭାରତୀୟ ଟିମ୍‌ ଆଗାମୀ ମ୍ୟାଚ୍‌କୁ ବିନା କୋଚ୍‌ରେ ଖେଳିବ।

କୁଏତ ବିପକ୍ଷ ମ୍ୟାଚରେ ଇଗୋରଙ୍କୁ ମ୍ୟାଚ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ତାଙ୍କୁ ରେଡ୍‌ କାର୍ଡ ଦିଆଯାଇଥିଲା। ରେଡ୍‌ କାର୍ଡ ଯୋଗୁ ଇଗୋରଙ୍କୁ ଦୁଇଟି ମ୍ୟାଚରେ ବ୍ୟାନ୍‌ କରାଯାଇଛି। କୁଏତ ବିପକ୍ଷରେ ଭାରତୀୟ ଟିମ୍‌ ୧-୧ ଡ୍ର ମ୍ୟାଚ୍‌ କରିଥିଲେ।

Share