ଗାଜାରେ ଭୟଙ୍କର ପରିସ୍ଥିତି: ଭିକ ମାଗି ଚଳୁଛନ୍ତି ଲୋକେ

ଜେରୁଜେଲମ୍‌,୩୧ା୧୨: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଆସୁଛି। ହମାସ୍‌କୁ ମୂଳୋତ୍ପାଟନ କରିବା ପାଇଁ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଛି। ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଯୋଗୁ ଲୋକମାନେ ଗାଜାର ଦକ୍ଷିଣ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି। ଖାଦ୍ୟ ମୂଲ୍ୟ ବୃଦ୍ଧି ସହିତ ସ୍ବଚ୍ଛତା ଅଭାବରୁ ପରିସ୍ଥିତି ବିଗିଡ଼ି ଯାଇଛି। ପରିସ୍ଥିତି ଏପରି ଯେ, ଲୋକମାନେ ମୌଳିକ ଆବଶ୍ୟକତା ପୂରଣ କରିପାରୁ ନାହାନ୍ତି। ଫଳରେ ଭିକ ମାଗି ଚଳୁଛନ୍ତି।

Share