ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮,୧୭୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୭୬୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୧୪ ହଜାର ୩୮୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୨୯୮ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୮୧୯, ବାଲେଶ୍ୱରରୁ ୩୬୧, ବରଗଡ଼ରୁ ୩୨୩, ଭଦ୍ରକରୁ ୧୪୨, ବଲାଙ୍ଗୀରରୁ ୧୯୫, ବୌଦ୍ଧରୁ ୩୮୫, କଟକରୁ ୯୨୨, ଦେବଗଡ଼ରୁ ୧୦୦, ଢେଙ୍କାନାଳରୁ ୭୬୩, ଗଜପତିରୁ ୪୩, ଗଞ୍ଜାମରୁ ୨୪୫, ଜଗତ୍‌ସିଂହପୁରରୁ ୨୯୧, ଯାଜପୁରରୁ ୪୫୦, ଝାରସୁଗୁଡ଼ାରୁ ୧୯୧, କଳାହାଣ୍ଡିରୁ ୨୪୪, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୩୨୩, କେନ୍ଦୁଝରରୁ ୧୭୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୨୪୨, ମାଲକାନଗିରିରୁ ୧୦୩, ମୟୂରଭଞ୍ଜରୁ ୬୦୪, ନବରଙ୍ଗପୁରରୁ ୩୬୨ , ନୟାଗଡ଼ରୁ ୨୨୫, ନୂଆପଡ଼ାରୁ ୬୪, ପୁରୀରୁ ୪୫୬, ରାୟଗଡ଼ାରୁ ୧୫୬, ସମ୍ବଲପୁରରୁ ୩୧୯ ସୁବର୍ଣ୍ଣପୁରରୁ ୨୩୧ ଓ ସୁନ୍ଦରଗଡ଼ରୁ ୫୧୨ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୧୭ ଅଛନ୍ତି।

Share