ମନୀଷା କୋଇରାଲାଙ୍କୁ ଖରାପ ଅଭିନେତ୍ରୀ କହିଥିଲେ ଏହି ନିର୍ଦ୍ଦେଶକ, ଆଉ ତା’ ପରେ….

ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲା ୧୬ ଅଗଷ୍ଟ ୧୯୭୦ରେ ନେପାଳର କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କ ୫୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଫିଲ୍ମ ‘ସୌଦାଗର’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ସୁଭାଷ ଘାଇ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଶାହରୁଖ ଖାନଙ୍କଠାରୁ ଆରମ୍ଭ କରି ଅମିର ଏବଂ ସଲମାନ ଖାନ ପର୍ଯ୍ୟନ୍ତ ମନୀଷା ଅନେକ ବଡ ତାରକାଙ୍କ ସହ ଅନସ୍କ୍ରିନ କେମେଷ୍ଟ୍ରି ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା।

ମନୀଷା ‘ଖାମୋସି’, ‘ଦ ମ୍ୟୁଜିକାଲ, ଦିଲ ସେ’ ଏବଂ ‘ମନ୍‌’ ଭଳି ଅନେକ ସୁପରହିଟ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇ ଥିଲେ। ଏକ ସମୟ ଥିଲା ଫିଲ୍ମ ଜଗତରେ ନିଜର କ୍ୟାରିୟର କରିବା ପାଇଁ ମନୀଷା କ୍ରମାଗତ ଭାବେ କଠିନ ପରିଶ୍ରମ କରିବା ସହିତ ଅଡିଶନ ଦେଉଥିଲେ । ଏକ ଅଡିଶନ ସମୟରେ ନିର୍ଦ୍ଦେଶକ ବିଦୁ ବିନୋଦ ଚୋପ୍ରା ମନୀଷାଙ୍କୁ ‘ଖରାପ ଅଭିନେତ୍ରୀ’ ବୋଲି ମଧ୍ୟ କହିଥିଲେ। କିନ୍ତୁ ମନୀଷା ତାଙ୍କୁ ଭୁଲ ପ୍ରମାଣ କରି ନିଜର ପ୍ରତିଭା ପ୍ରମାଣ କରିଥିଲେ।

ମନୀଷା ତାଙ୍କ ପୁସ୍ତକ ‘ହେଲ୍ଡ ହାଓ କ୍ୟାନ୍‌ସର ଗିଭ୍‌ ମି ଏ ନ୍ୟୁ ଲାଇଫ୍‌’ ଏହା ପ୍ରକାଶ କରିଛନ୍ତି। ସେ ଏହି ଘଟଣା ବିଷୟରେ ନିଜ ପୁସ୍ତକରେ ଲେଖିଛନ୍ତି, ୧୯୪୨ରେ ‘ଏକ ଲଭ ଷ୍ଟୋରୀ’ ପାଇଁ ଦିଆଯାଇଥିବା ସ୍କ୍ରିନ ପରୀକ୍ଷା ମୋର ମନେ ଅଛି । ମୋତେ ଏକ ଦୃଶ୍ୟ ପାଇଁ ନିର୍ମାତା ବିଦୁ ବିନୋଦ ଚୋପ୍ରା ଡାକିଲେ। ମୁଁ ପରୀକ୍ଷା ଦେଇଥିଲି, କିନ୍ତୁ ବିଦୁ ବିନୋଦ ମୋତେ କହିଥିଲେ, ‘ମନୀଷା, ତୁମେ ବହୁତ ଖରାପ କାମ କଲ। ତୁମେ ଜଣେ ଖରାପ ଅଭିନେତ୍ରୀ ’

ବିଦୁ ବିନୋଦ ଚୋପ୍ରାଙ୍କ ଏହି କଥା ମନୀଷାଙ୍କ ହୃଦୟକୁ ଏତେ କଷ୍ଟ ଦେଇଥିଲା ଯେ, ସେ ତାଙ୍କ ଅଭିନୟ ପ୍ରତିଭାକୁ ପ୍ରମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସେ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଚୋପ୍ରାଙ୍କୁ ଦିନେ ପୁଣି ଅଡିଶନ ପାଇଁ କହିଥିଲେ। ବିଦୁ ବିନୋଦ ଚୋପ୍ରା ତାଙ୍କ କଥାରେ ରାଜି ହୋଇ ତାଙ୍କୁ ଗୋଟିଏ ଦିନ ସମୟ ଦେଇଥିଲେ।

Share