ନିୟମିତ ବିଶୋଧନ କରାଯିବାକୁ କହିଲେ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ୍‌ ମହାନ୍ତି

କଟକ ଅଫିସ,୨୦ା୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବ୍ୟାପକ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶୋଧନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୫ଟି କୋଭିଡ୍‌ ହସ୍ପିଟାଲ, ୨୨ଟି କୋଭିଡ୍‌ ପରୀକ୍ଷା କେନ୍ଦ୍ର ଏବଂ ୧୬ଟି କୋଭିଡ୍‌ କେୟାର ସେଣ୍ଟରକୁ ବିଶୋଧନ କରାଯାଇଛି। ନିୟମିତ ଏହା ଚାଲୁ ରହିବ ବୋଲି ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି।

Share