କାର୍ତ୍ତିକଙ୍କ ବଡ଼ ପ୍ରଶଂସକ ଏହି ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅତୀତରେ ମୁକ୍ତିଲାଭ କରିଥିବା କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲାୟା-୨’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା। ଫିଲ୍ମର ସଫଳତା ପରେ ବର୍ତ୍ତମାନ କାର୍ତ୍ତିକ ତାଙ୍କର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କାର୍ତ୍ତିକଙ୍କ ନିକଟକୁ ‘ଶେହଜାଦା’ଠାରୁ ଆରମ୍ଭ କରି ‘ଫ୍ରେଡି’ ପର୍ଯ୍ୟନ୍ତ ଅନେକ ବଡ଼ ପ୍ରୋଜେକ୍ଟର କାମ ଆସିଛି। କାର୍ତ୍ତିକ ମଧ୍ୟ ତାଙ୍କ ଭୂମିକା ଉପରେ ବହୁତ କଠିନ ପରିଶ୍ରମ କରନ୍ତି। ଯାହା ତାଙ୍କ ଫିଲ୍ମରେ ପ୍ରତିଫଳିତ ହୋଇଥାଏ। ଏହି କାରଣରୁ କାର୍ତ୍ତିକ ବର୍ତ୍ତମାନ ଲୋକପ୍ରିୟତା ସାଉଁଟି ଚାଲିଛନ୍ତି।

କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଫ୍ରେଡି’ ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଥିରେ କାର୍ତ୍ତିକ ନିର୍ଦ୍ଦେଶକ ଶଶାଙ୍କ ଘୋଷଙ୍କ ହୃଦୟ ଜିତିଛନ୍ତି। ଶଶାଙ୍କଙ୍କ ନିର୍ଦ୍ଦେଶନାରେ ଏକ ଭିନ୍ନ ଚରିତ୍ରରେ କାର୍ତ୍ତିକ ନଜର ଆସିବେ।

Share