ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି। ବିଶ୍ୱରେ ଥିବା ପ୍ରାରମ୍ଭିକ କଣିକାଗୁଡିକ ସେମାନଙ୍କର ବସ୍ତୁତ୍ୱ କେଉଁଠାରୁ ପାଉଛନ୍ତି ତାହା ଅନେକ ବର୍ଷ ଧରି ଅସମାହିତ ଥିଲା। ଇଂଲଣ୍ଡର ପିଟର ହିଗ୍‌ସ ୧୯୬୪ ମସିହାରେ ତାତ୍ତ୍ୱିକ ଉପାୟରେ ଏହାର କାରିଗରି ପ୍ରକ୍ରିୟାକୁ ଆବିଷ୍କାର କରିଥିଲେ। ତାଙ୍କର ନାମାନୁସାରେ ଏହାକୁ ‘ହିଗ୍‌ସ ମେକାନିଜମ୍‌’ ବୋଲି କୁହାଯାଏ। ସେ ଏଥିରେ ପ୍ରମାଣ କଲେ ଯେ, ଏଥିପାଇଁ ଗୋଟିଏ ଉପକଣିକା ହେଉଛି ଦାୟୀ। ଏହି ଉପକଣିକାର ନାମ ତାଙ୍କ ନାମ ଅନୁସାରେ ‘ହିଗ୍‌ସ ବୋସନ୍‌’ ରଖାଯାଇଛି। କିନ୍ତୁ ଏହି କଣିକା ପରୀକ୍ଷାଗାରରେ ଆବିଷ୍କାର ହୋଇପାରିଲା ନାହିଁ। ଫଳରେ ଅନେକ ବୈଜ୍ଞାନିକ ଏହାକୁ ସ୍ବୀକାର କରିବାକୁ ପଶ୍ଚାତପଦ ହେଲେ। ତଥାପି ଏହା ବୈଜ୍ଞାନିକଙ୍କ ମଧ୍ୟରେ ନୂଆ ଉନ୍ମାଦନା ଆଣିଲା ଏବଂ ପୃଥିବୀର ବିଭିନ୍ନ ପରୀକ୍ଷାଗାରରେ ଏଥିପାଇଁ ଗବେଷଣା ଚାଲିଲା। ଅନେକ ଚେଷ୍ଟା ପରେ ମଧ୍ୟ ଏହା ଆବିଷ୍କୃତ ହୋଇ ନ ପାରିବାରୁ ଏହାକୁ ଅନେକ ରହସ୍ୟମୟ କଣିକା କହିଲେ ଏବଂ ସାଧାରଣରେ ଏହା ‘ଈଶ୍ୱର କଣିକା’ ନାମରେ ଜଣାଗଲା।
କଣିକା ପଦାର୍ଥ ବିଜ୍ଞାନ ଉପରେ ଗବେଷଣା କରିବା ପାଇଁ ସୁଇଜରଲାଣ୍ଡ ଏବଂ ଫ୍ରାନ୍ସ ସୀମାରେ ଜେନେଭା ନିକଟରେ ଭୂପୃଷ୍ଠରୁ ୧୭୫ ମିଟର ଗଭୀରରେ ୨୫ କିମି ଦୈର୍ଘ୍ୟ ଏକ ସୁଡ଼ଙ୍ଗରେ ଏକ ପରୀକ୍ଷାଗାର କରାଯାଇଛି। ଏଥିରେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ତ୍ୱରକ ଅଛି। ଏଠାରୁ ୧୦୦ରୁ ଊର୍ଦ୍ଧ୍ୱ ଦେଶରୁ ପ୍ରାୟ ୧୦,୦୦୦ ବୈଜ୍ଞାନିକ ଗବେଷଣା କରୁଛନ୍ତି। ୨୦୧୨ ମସିହାରେ ଏଠାରେ ପରୀକ୍ଷା କରାଯାଇ ହିଗ୍‌ସ ବୋସନ୍‌କୁ ଆବିଷ୍କାର କରାଗଲା। ଏହାପରେ ୨୦୧୩ ମସିହାରେ ତାଙ୍କୁ ଫ୍ରାନ୍‌ସର ବୈଜ୍ଞାନିକ ଫ୍ରାଙ୍କୋଇସ୍‌ ଏଙ୍ଗଲର୍ଡଙ୍କ ସହ ମିଶି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ପିଟର୍‌ ହିଗ୍‌ସ ଇଂଲଣ୍ଡର ନିଉକାଷ୍ଟଲଠାରେ ୧୯୨୯ ମସିହା ମେ’ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଲଣ୍ଡନର କିଙ୍ଗସ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ (୧୯୫୦), ସ୍ନାତକୋତ୍ତର (୧୯୫୨) ଏବଂ ପି.ଏଚ୍‌ଡି ଡିଗ୍ରୀ (୧୯୫୪)ରେ ଲାଭ କରିଥିଲେ। ସେ ଲଣ୍ଡନର ଇମ୍ପେରିଆଲ କଲେଜ ଆଣ୍ଡ ୟୁନିଭର୍ସିଟିରେ ଅଧ୍ୟାପନା କରିବା ପରେ ୧୯୬୦ ମସିହାରେ ସ୍କଟଲାଣ୍ଡର ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ। ସେଠାରେ ସେ ୧୯୮୦ ମସିହାରେ ପ୍ରଫେସର ପଦକୁ ପଦୋନ୍ନତି ପାଇ ୧୯୯୬ ମସିହାରେ ଅବସର ନେଇଥିଲେ। ସେ ଏହାପରେ ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ ଏମିରିଟସ୍‌ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।
ହିଗ୍‌ସ ୧୮୭୪ ମସିହାରେ ଏଡିନବର୍ଗ ରୟାଲ ସୋସାଇଟିର ସଭ୍ୟ ଏବଂ ୧୯୮୩ ମସିହାରେ ଲଣ୍ଡନ ରୟାଲ ସୋସାଇଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ୧୯୯୧ ମସିହାରେ ଲଣ୍ଡନର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ନିଜର କୃତୀ ପାଇଁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ କରାଯାଇଛି। ତାଙ୍କୁ ରୟାଲ ସୋସାଇଟିର ହ୍ୟୁନେସ ପଦକ (୧୯୮୧), ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ରୁଥରଫୋର୍ଡ ପଦକ (୧୯୮୪) ବ୍ୟତୀତ ୧୯୯୭ରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଡିଆନ୍‌ ପଦକ ଓ ପୁରସ୍କାର, ୨୦୦୪ରେ ଇସ୍ରାଏଲର ଉଲଫ ଫାଉଣ୍ଡେଶନର ଉଲଫ ପୁରସ୍କାର, ୨୦୦୯ରେ ସୁଇଡେନ୍‌ ବିଜ୍ଞାନ ଏକାଡେମୀର ଓସ୍କାର କ୍ଲିନ୍‌ ସ୍ମୃତି ପୁରସ୍କାର, ୨୦୧୨ରେ ଏଡିନବର୍ଗ ରୟାଲ ସୋସାଇଟିର ହିଗ୍‌ସ ପଦକ ଏବଂ ୨୦୧୫ରେ ରୟାଲ ସୋସାଇଟି କୋପ୍‌ଲେ ପଦକ ପ୍ରଦାନ କରାଯାଇଥିଲା। ତାଙ୍କୁ ବ୍ରିଟିଶ ସରକାର ୨୦୧୩ରେ ‘ଅର୍ଡର ଅଫ୍‌ ଦ କମ୍ପାନିଅନ ଅଫ ଅନର’ ଭାବେ ନିଯୁକ୍ତି ଦେଇଥିଲେ। ଏହା ହେଉଛି ବ୍ରିଟିଶ ସରକାରଙ୍କର ସବୁଠାରୁ ବଡ଼ ସମ୍ମାନ। ୨୦୧୨ରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ତାଙ୍କ ନାମରେ ଗୋଟିଏ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନ କେନ୍ଦ୍ର ସ୍ଥାପନ ହୋଇଛି। କେବଳ ସେତିକି ନୁହେଁ, ତାଙ୍କ ସମ୍ମାନରେ ସେଠାରେ ଗୋଟିଏ ପ୍ରଫେସର ପଦ ସ୍ଥାପିତ ହୋଇଛି।
ଆଜି ପିଟର ହିଗ୍‌ସ ନାହାନ୍ତି। କିନ୍ତୁ ତାଙ୍କ ନାମ ପଦାର୍ଥ ବିଜ୍ଞାନରେ ସବୁଦିନ ପାଇଁ ଅମର ହୋଇ ରହିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri