ବନ୍ୟାଞ୍ଚଳରେ ବଢ଼ୁଛି ରୋଗ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟର କେତେକ ଜିଲାରେ ବନ୍ୟା ହୋଇଥିବା ବେଳେ ସେଠାରେ ରୋଗ ବଢ଼ୁଥିବା ଦେଖାଯାଉଛି। ବିଶେଷ କରି ଜଳବାହିତ ରୋଗ, ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ଭୟ ମଧ୍ୟ ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି । ୩୨ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହୋଇଛନ୍ତି ବୋଲି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି ।
ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି । ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ବଣ୍ଟା ଯାଇଥିବା ବେଳେ ୧ ଲକ୍ଷ ୨୨ ହଜାର ଓଆରଏସ ବଣ୍ଟା ଯାଇଛି।
ବର୍ତ୍ତମାନ ବାଲେଶ୍ବରରେ ରୋଗୀ ସଂଖ୍ୟା ବଢିବା ଆଶଙ୍କାରେ ବାଲେଶ୍ବର ସିଡିଏମଓଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସ୍ବାସ୍ଥ୍ୟ ବିଭାଗ ଟିମ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Share