ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି

ଯାଜପୁର ଅଫିସ,୨୧ା୬: ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗଁା ମାଟି ଛାଡି ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। କିନ୍ତୁ ଲୋକଙ୍କ ଏଭଳି ଅସହାୟତାର ସୁଯୋଗ ନେଇ ପ୍ରଶାସନ ଜଙ୍ଗଲ ଜମିର ଦ୍ୱାହି ଦେଇ ଶାଗମାଛ ଦରରେ କ୍ଷତିପୂରଣ ଚୂଡାନ୍ତ କରିଛନ୍ତି। ଏହାସହ ବିସ୍ଥାପନ ଓ ପୁନର୍ବାସ ନୀତି-୨୦୦୫ ଲାଗୁ ପରେ ଯେଉଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନୂତନ ପରିବାର ଗଢ଼ିଛନ୍ତି, ସେମାନଙ୍କୁ ବିସ୍ଥାପନରୁ ବାଦ୍‌ ଦେଇ ପ୍ରଶାସନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ବର୍ତ୍ତମାନ ଚାଲିଥିବା ବିସ୍ଥାପନ ପ୍ରକ୍ରିୟାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରୀଗାଁର ପ୍ରଭାବିତ ୧୧୫ ଆଦିବାସୀ ପରିବାର ଲୋକେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ତ୍ୱରିତ ସମାଧାନ ନ କଲେ ଆଗକୁ କଳିଙ୍ଗନଗର ଗୁଳିକାଣ୍ଡ ଭଳି ପରିସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
କଳିଙ୍ଗନଗର ଅଞ୍ଚଳରେ ଥିବା ଏକାଧିକ ବୃହତ୍‌ କମ୍ପାନୀଗୁଡ଼ିକୁ ଲାଗି ଅନେକ ବସ୍ତି ଅଞ୍ଚଳ ରହିଛି। ଏହି କମ୍ପାନୀଗୁଡ଼ିକର ପ୍ରଦୂଷଣ ସମସ୍ୟା ସୁଧୁରିବ ବୋଲି ଅଞ୍ଚଳବାସୀ ବହୁ ଆଶା ରଖିଥିଲେ। ହେଲେ ସେହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ତେଣୁ ସେମାନେ ବିସ୍ଥାପିତ ହେବାକୁ ପୂର୍ବରୁ ବହୁ ଦାବି କରି ଆସିଛନ୍ତି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ ଅଧିକାଂଶ କାରଖାନାଗୁଡ଼ିକର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ କେବଳ ଜୀବନ ଜୀବିକାକୁ ନୁହେଁ, ଦୈନନ୍ଦିନ ପରିଚର୍ଯ୍ୟାକୁ ବିଶେଷ ଭାବେ ପ୍ରଭାବିତ କରିଛି। କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏହାବାଦ୍‌ କାରଖାନାରୁ ବର୍ଜ୍ୟଜଳ ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ବର୍ଜ୍ୟଜଳ ମାଡି ଯାଇଥିବାରୁ ଆଉ କୌଣସି ଚାଷ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ଜନବସତି ଆଉ ଜଳଉତ୍ସ ପାଉଁଶ ପ୍ରଭାବରେ ତୀବ୍ର ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଆଖପାଖର ଚାରଣ ଭୂମି ପାଉଁଶ ପ୍ରଭାବରେ ପ୍ରଦୂଷିତ ହୋଇ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରଭାବିତ ଗ୍ରାମବାସୀ ବିସ୍ଥାପନ ଦାବି କରୁଥିବାବେଳେ ପ୍ରଶାସନ ୧୮ ବର୍ଷରୁ ଊର୍ଦ୍ଧ୍ୱ ନୂତନ ପରିବାରଙ୍କୁ ଅଣଦେଖା କରି ଚାଲିଛି। ଏଭଳିସ୍ଥିତିରେ ବିସ୍ଥାପନ ହେଲେ ମଲେ ନ ହେଲେ ବି ମଲେ ବୋଲି କୁହାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ କଚେରୀଗାଁ, ଅରାସାହି, କୁଡୁମୀସାହି ଏବଂ ଟାଙ୍ଗରସାହି ଗ୍ରାମବାସୀ ଏବେ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ଏଥିରେ କୁଡୁମୀସାହିର ୩୭, ଅରାସାହି ୨୪, ଟାଙ୍ଗରସାହି ୨୯ ଏବଂ କଚେରୀ ଗାଁର ୨୫ ପରିବାରକୁ ଗ୍ରାମବାସୀ ଚିହ୍ନଟ କରିଛନ୍ତି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୁତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକେ ଜିଲାପାଳ ଏବଂ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ବହୁବାର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତେଣୁ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଉପରୋକ୍ତ ଗ୍ରାମଗୁଡ଼ିକରେ ଆଦିବାସୀ, ଦଳିତ, ପଛୁଆବର୍ଗ ସମ୍ପ୍ରଦାୟର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ କିମ୍ବା ଜଣଶୁଣାଣି ନ କରି ଜମି ଅଧିଗ୍ରହଣ କରାଯାଉଛି। ନିକଟରେ ପ୍ରଶାସନ ପକ୍ଷରୁ ଘରଦ୍ୱାର ମାପଚୁପ କରାଯାଇଛି। ତେଣୁ ପ୍ରଭାବିତ ଲୋକେ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି। ପ୍ରଭାବିତ ବାସିନ୍ଦା ବିଜୟ କୁମାର ଦାସ, ଈଶ୍ୱର ଦାସ, ପାଣ୍ଡବ ବଦରା, ରାମରାୟ ଲାଗୁରି, ସୁରେଶ କୁରଲି ପ୍ରମୁଖ କହିଛନ୍ତି, ପ୍ରଶାସନ ବେଆଇନ ଭାବେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆମର କୌଣସି ଅଭିଯୋଗକୁ ଶୁଣୁନାହାନ୍ତି। ତେଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ବତନ୍ତ୍ର ଭାବେ କ୍ଷତିପୂରଣ ପ୍ରଦାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର କହୁଛନ୍ତି ୨୦୦୫ ବିସ୍ଥାପନ ଆଇନ ଅନୁସାରେ ପ୍ରକ୍ରିୟା ଚାଲିଛି। ସ୍ବତନ୍ତ୍ର ପରିବାର ଦାବି ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri