
ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ) : ଅଙ୍ଗନାବାଡି କର୍ମୀ ଓ ଗ୍ରାମବାସୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ତଳେ ଅଙ୍ଗନାବାଡ଼ି କର୍ମୀଙ୍କ ସପକ୍ଷରେ ୟୁନିୟନ ଆଗକୁ ଆସିଥିବା ବେଳେ ଆଜି କର୍ମୀଙ୍କ ବିରୋଧରେ ଗ୍ରାମବାସୀ ଏକ ବିରାଟ ପଟୁଆରରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ। କର୍ମୀ ଜଣକ ମନମୁଖି କାର୍ଯ୍ୟକଳାପ, କେନ୍ଦ୍ର କୁ ଆସୁଥିବା ଖାଦ୍ୟ ପିଲାମାନଙ୍କୁ ନଦେବା, ପିଲା ସଂଖ୍ୟା କମ ଥିଲେ ବି ଅଧିକ କରି ଦର୍ଶାଇା, ଅଭିଭାକ ଏହାକୁ ପ୍ରତିବାଦ କଲେ ସେମାନଙ୍କ ପିଲାମାନଙ୍କୁ ନିଷ୍ଠୁର ଭାବେ ପିଟିବା, ସରକାରୀ ଅନୁଦାନ ହଡ଼ପ ଆଦି ୧୦ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ପ୍ରଦାନ ବେଳେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନା ଥାଉକି ଗ୍ରାମବାସୀ ଓ କର୍ମୀ ଙ୍କ ମଧ୍ୟ୍ୟରେ ୧୩ ମାସ ହେଲା ବିବାଦ ଲାଗି ରହିଛ।ଏହାର କୈାଣସି ସମାଧାନ ବାଟ ବାହାରି ପାରୁନାହିଁ, କି ପ୍ରଶାସନ ମଧ୍ୟ ଏହାର ସମାଧାନ କରିବାରେ ବିଫଳ ହେଉଛି । ଘଟଣାଟି ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ କୁଜିଢେପା ଗ୍ରାମରେ ଥିବା ଅଙ୍ଗନାବଡି କେନ୍ଦ୍ରରେ ଏହାର ଦେଖିବାକା ମିଳିଛି ।