ଲଳିତଙ୍କୁ ସହାୟତାର ହାତ ବଢ଼ାଇଲା ଜିଲା ପ୍ରଶାସନ

କର୍ଲାମୁଣ୍ଡା,୯।୬(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ରାଜପୁର ଗାଁର ମେଧାବୀ ଛାତ୍ର ଲଳିତ ମାଝୀଙ୍କ ପାଠ ପଢିବା ପାଇଁ ଅର୍ଥ ବାଧକ ସାଜିଥିଲା। ଏନେଇ ଖବର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ସହାୟତାର ହାତ ବଢେଇଛି ଜିଲା ପ୍ରଶାସନ। ସୂଚନାଯୋଗ୍ୟ, ରାଜପୁର ଗାଁର ହେମଲତା ମାଝୀଙ୍କ ପୁଅ ଲଳିତ ମାଝୀ ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୩୯ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
ତେବେ ଡାକ୍ତରୀ ପାଠ ପଢିବା ପାଇଁ ଆଗ୍ରହ ରଖିଥିବା ଲଳିତଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଏନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶିତ ହେବାପରେ ଏହାକୁ ନେଇ ବିଭିନ୍ନ ସମାଜସେବୀ ଟୁଇଟ୍‌ ମଧ୍ୟ କରିଥିଲେ l ଏ ଘଟଣା ଜିଲାପାଳଙ୍କ ନଜରକୁ ଆସିବା ପରେ ଜିଲାପାଳ ପି ଅନ୍ବେଷା ରେଡି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଲଳିତଙ୍କ ଜମାଖାତାରେ ଗତ ୭ ତାରିଖ ଦିନ ୩୦ ହଜାର ଟଙ୍କା ଜମା କରିଛନ୍ତି। ଏଥିସହ ବହୁ ବ୍ୟକ୍ତିବିଶେଷ ସହଯୋଗର ହାତ ବଢେଇଛନ୍ତି ବୋଲି ସୂଚନା ମିଳିଛି l

Share