ବରଗଡ଼ ଅଫିସ,୨୮।୨- ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ରବିବାର ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶିକାରିପାଲି, ଭଏଁଷାଦର୍ହା, ବଡ଼ ଅନକି ଆଦି ସୀମାନ୍ତବର୍ତ୍ତୀ ଗାଁ ଗସ୍ତ କରିଥିଲେ। ଏହି ଅବସରରେ ଜିଲାପାଳ ସୀମାନ୍ତବାସୀଙ୍କୁ ଭେଟି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗ ପାଉନ ଥିବା ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ, ବିଡିଓ ରୁନୁ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।