ଛତ୍ରପୁର,୨୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୁନାପୁର ସମୁଦ୍ର ବେଳାଭୂମିକୁ ବ୍ଲୁଫ୍ଲାଗ ବିଚ୍ ଭାବେ ପରିଣତ କରାଯାଉଛି। ଏହି କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସେଠାକୁ ଯାଇ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।