ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନୁଯାୟୀ ଗୁରୁବାରଠାରୁ ୨୯ ତାରିଖ ଯାଏ ଜିଲା ଶଟ୍‌ଡାଉନ୍‌ ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ କୁହାଯାଇଛି। ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକ ଖୋଲା ରହିବ ବୋଲି ଜଣାପଡ଼ିଛି।

Share