ଚୌଦ୍ୱାର ମଣ୍ଡଳକାରାଗାରରେ କରୋନା ସ୍ଥିତି ପରଖିଲେ ଜିଲା ଦୌରାଜଜ୍‌

ଚୌଦ୍ୱାର,୫ା୭(ଡି.ଏନ୍‌.ଏ.): ରବିବାର କଟକ ଜିଲା ଚୌଦ୍ୱାର ମଣ୍ଡଳକାରାଗାର ପରିଦର୍ଶନ କରିଛନ୍ତି ଏକ ଉଚ୍ଚସ୍ତରୀୟ ଟିମ୍‌। କଟକ ଜିଲା ଦୌରାଜଜ୍‌ଙ୍କ ମୁଖ୍ୟ ବିଚାରପତି ରାଜକୁମାର ସାହୁଙ୍କ ସମେତ ହାଇକୋର୍ଟ ରେଜିଷ୍ଟ୍ରାର ଓ ଆଇନ ସେବା ପ୍ରାଧିକରଣର ସଦସ୍ୟମାନେ ଏହି ଟିମ୍‌ରେ ସାମିଲ ହୋଇଥିଲେ। ମହାମାରୀ କରୋନା ପାଇଁ ସରକାରଙ୍କ କୋଭିଡ୍‌-୧୯ ନିୟମକୁ ଜେଲ ପକ୍ଷରୁ କିପରି ପାଳନ କରାଯାଉଛି ତାହା ଜାଣିବା ସହିତ ଜେଲର ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଜେଲ ଭିତରେ ପ୍ରତ୍ୟେକ ଓ୍ବାର୍ଡ, ସେଲ, କ୍ୱାରାଣ୍ଟାଇନ୍‌ ଓ୍ବାର୍ଡ ଓ ଆଇସୋଲେଶନ୍‌ ଓ୍ବାର୍ଡ ବୁଲି ଦେଖିଥିଲେ। ବର୍ତ୍ତମାନ ଜେଲ ଭିତରେ ଥିବା ୮୪୩ ଜଣ ଅନ୍ତେବାସୀଙ୍କ ପାଇଁ ଜେଲ ପକ୍ଷରୁ ମାସ୍କ, ସାନିଟାଇଜ୍‌ ଯୋଗାଇଦିଆ ଯିବା ସହିତ ସାମାଜିକ ଦୂରତା ରଖାଯାଉଥିବା ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

Share