Posted inଜାତୀୟ

ସହଜ ହେବନି ଭାଗବଣ୍ଟା

ନୂଆଦିଲ୍ଲୀ,୧୯ା୭: କେନ୍ଦ୍ରରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ମଙ୍ଗଳବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ମଧ୍ୟ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇନାହିଁ। ନୂଆଦିଲ୍ଲୀର ଅଶୋକା ହୋଟେଲରେ ଭାଜପା ପକ୍ଷରୁ ଡକାଯାଇଥିବା ଏନ୍‌ଡିଏ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ନେତା କେ. ପାଲାନିସ୍ବାମୀ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଏବଂ ଅନ୍ୟ ନେତାମାନଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ଏକାଠି ହେବା ଅତ୍ୟନ୍ତ ଖୁସିର ବିଷୟ। ଆମ ମେଣ୍ଟ ଆଗକୁ ମଧ୍ୟ ଜାତୀୟ ପ୍ରଗତି ଓ ଆଞ୍ଚଳିକ ଆକାଂକ୍ଷାଗୁଡ଼ିକୁ ସାକାର କରିବାକୁ ଉଦ୍ୟମ କରିବ। ୨୦୨୪ ଲୋକ ସଭା ନିର୍ବାଚନକୁ ପ୍ରାୟ ୮ ମାସ ବାକି ଥିବାେଳେ ବିରୋଧୀ ମହାମେଳିକୁ ପ୍ରତିହତ କରିବା ପାଇଁ ଶାସକ ଦଳ ଏହି ଯୋଜନା କରିଥିବା କୁହାଯାଉଛି। ତେବେ କେତେକ ରାଜ୍ୟରେ ଆସନ ବୁଝାମଣାକୁ ନେଇ ଏନ୍‌ଡିଏରେ ମତଭେଦ ରହିଥିବାରୁ ଏଥିରେ ଶାସକ ମେଣ୍ଟ କେତେ ସଫଳ ହେବ ତାହା ଏବେଠୁ କହିହେବ ନାହିଁ।
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ୨୪ ଦଳ ଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହି ସଂଖ୍ୟା ୩୮କୁ ବୃଦ୍ଧି ପାଇଲାଣି। କିନ୍ତୁ ଆଗାମୀ ଲୋକ ସଭା ନିର୍ବାଚନରେ ଏହି ୩୮ ଦଳ କିପରି ଭାବେ ମିଳିତ ହୋଇ ଲଢ଼ିବେ ତାହା ଏବେ ବଡ଼ ପ୍ରଶ୍ନ। ବିଶେଷକରି ବିହାର ଓ ମହାରାଷ୍ଟ୍ରରେ କେଉଁ ଦଳ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାକୁ ନେଇ ହିସାବକିତାବ ଏତେ ସହଜରେ ଛିଣ୍ଡି ନ ପାରେ।
ବିହାର: ୨୦୧୯ରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାଜପା ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମଧ୍ୟ ଏନ୍‌ଡିଏରେ ରହିଥିଲା। ଭାଜପା, ଜେଡିୟୁ ୧୭ଟି ଲେଖାଏ ଆସନରେ ଲଢ଼ିଥିବାବେଳେ ଏଲ୍‌ଜେପିକୁ ୬ ଆସନ ମିଳିଥିଲା। ପାଶ୍ୱାନଙ୍କ ଦଳ ରାଜ୍ୟ ସଭା ପାଇଁ ମଧ୍ୟ ଏକ ଆସନ ପାଇଥିଲା। ପାଶ୍ୱାନ ରାଜ୍ୟ ସଭାକୁ ଯାଇଥିଲେ। ଏନ୍‌ଡିଏ ବିହାରର ୪୦ରୁ ୩୯ ଆସନ ଦଖଲ କରିଥିଲା। ସେଥିରୁ ଭାଜପା ୧୭, ଜେଡିୟୁ ୧୬ ଏବଂ ଏଲ୍‌ଜେପିର ୬ ଆସନ ରହିଥିଲା। ସେବେଠୁ ରାଜନୀତିର ସ୍ରୋତରେ ଅନେକ ପାଣି ବହିଗଲାଣି। ଜେଡିୟୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ କଂଗ୍ରେସକୁ ନେଇ ମହାମେଣ୍ଟ ଗଢ଼ିଛି। ୨୦୨୦ରେ ପାଶ୍ୱାନଙ୍କ ପରଲୋକ ପରେ ଏଲ୍‌ଜେପିରେ ବିଭାଜନ ଘଟିଛି। ପାଶ୍ୱାନଙ୍କ ଭାଇ ପଶୁପତି ପାରସଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀର ଏମ୍‌ପି ଥିବାବେଳେ ପୁଅ ଚିରାଗ ଅନ୍ୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ଭାଜପା ବର୍ତ୍ତମାନ ଦୁଇଗୋଷ୍ଠୀର ମିଶ୍ରଣ ଚାହୁଁଛି। କିନ୍ତୁ ପୁତୁରା ଚିରାଗ ପାଶ୍ୱାନଙ୍କ ସହ ମିଶିବାକୁ କେନ୍ଦ୍ରମନ୍ତ୍ରୀ ପଶୁପତି ଅନିଚ୍ଛୁକ। ଅନ୍ୟପକ୍ଷେ ଚିରାଗ ୨୦୧୯ ଭଳି ୬ ଲୋକ ସଭା ଓ ଗୋଟିଏ ରାଜ୍ୟ ସଭା ଆସନ ମାଗୁଛନ୍ତି। ଏହାର ସମାଧାନ କରିବା ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ଉପେନ୍ଦ୍ର କୁଶଓ୍ବାହ ଓ ଜିତନ୍‌ରାମ ମାଞ୍ଝିଙ୍କ ଭଳି ଆଞ୍ଚଳିକ ପ୍ଲେୟାର ମଧ୍ୟ ସିଟ୍‌ ବୁଝାମଣା ବେଳେ ଭଲ ଶେୟାର ଚାହୁଁଛନ୍ତି। ଭାଜପା ମଧ୍ୟ ସର୍ବାଧିକ ଆସନରେ ଲଢ଼ିବାକୁ ଉଦ୍ୟମ କରିବ।
ମହାରାଷ୍ଟ୍ର: ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏବଂ ଶିବସେନା ଏକାଠି ଲଢ଼ିଥିଲେ। ରାଜ୍ୟର ୪୮ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୫ ଆସନରେ ଲଢ଼ି ୨୩ରେ ଜିତିଥିଲା। ଶିବସେନା ୨୩ରେ ଲଢ଼ି ୧୮ ଆସନ ଦଖଲ କରିଥିଲା। ସେହିବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଶିବସେନା ଭାଜପା ସହ ଦୀର୍ଘ ୨୫ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟ ସରକାର ଚଳାଇଲା। ପରବର୍ତ୍ତୀ ସମୟରେ ଏକନାଥ ଶିନ୍ଦେ ଗୋଷ୍ଠୀ ବିଦ୍ରୋହ କରି ଭାଜପା ସହ ହାତ ମିଳାଇଲେ। ୨୦୧୯ରେ ଉଦ୍ଧବଙ୍କ ଶିବସେନା ଲଢ଼ିଥିବା ସମସ୍ତ ୧୮ ଆସନରେ ୨୦୨୪ରେ ଶିନ୍ଦେଙ୍କ ଶିବସେନା ପ୍ରାର୍ଥୀ ଦେବାକୁ ଚାହୁଁଛି। ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ଗୋଷ୍ଠୀ ଶିନ୍ଦେ-ଭାଜପା ମେଣ୍ଟରେ ସାମିଲ ହୋଇଛି। ୨୦୨୪ରେ ସହଯୋଗୀଙ୍କ ସହ ୪୮ ଆସନକୁ ନେଇ ଭାଗବଣ୍ଟା ଭାଜପା ପାଇଁ କାଠିକର ହେବ।
ଉତ୍ତର ପ୍ରଦେଶ: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳ ଭାଜପାଠାରୁ ପାଇଥିବା ଦୁଇଟିଯାକ ଆସନରେ ବିଜୟୀ ହୋଇଥିଲା। ବର୍ତ୍ତମାନ ଓମ୍‌ପ୍ରକାଶ ରାଜଭରଙ୍କ ସୁହେଲଦେବ ସମାଜ ପାର୍ଟି ଏବଂ ନିଷାଦ ପାର୍ଟି ଏନ୍‌ଡିଏରେ ସାମିଲ ହୋଇଛନ୍ତି। ଏହି ଦୁଇଦଳ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରରେ ମଧ୍ୟ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଜୟନ୍ତ ଚୌଧରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହ ମଧ୍ୟ ଭାଜପା ଆଲୋଚନା ଜାରି ରଖିଛି। ଆର୍‌ଏଲ୍‌ଡିକୁ ଭାଜପା ସହ ମିଶ୍ରଣ ଉଦ୍ୟମ ଜାରି ରହିଥିବାବେଳେ ଜୟନ୍ତ ମଙ୍ଗୁନାହାନ୍ତି। ଯଦି ଆର୍‌ଏଲ୍‌ଡି ଏନ୍‌ଡିଏରେ ସାମିଲ ହୁଏ ତେବେ ଜୟନ୍ତ ଅଧିକ ଆସନ ଦାବି କରିପାରନ୍ତି।
ତାମିଲନାଡୁ: ତାମିଲନାଡୁରେ ଭାଜପା ଏଆଇଏଡିଏମ୍‌କେ ସମେତ କେତେକ ଛୋଟ ଦଳ ସହ ମେଣ୍ଟ କରିଛି। ୨୦୧୯ରେ ଏଆଇଏଡିଏମ୍‌କେ ରାଜ୍ୟର ୩୦ ଆସନ ମଧ୍ୟରୁ ୨୦ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ପିଏମ୍‌କେ ୭, ଭାଜପା ୫, ଡିଏମ୍‌ଡିକେ ୪, ତାମିଲ ମାନିଲା କଂଗ୍ରେସ ୧, ପୁଥିୟା ତାମିଳଗାମ୍‌ ୧ ଏବଂ ପିଏନ୍‌କେ ଗୋଟିଏ ଆସନରେ ଲଢ଼ିଥିଲା। ଏଥର ଭାଜପା ସହ ଆହୁରି କେତେକ ଦଳ ହାତ ମିଳାଇଥିବାରୁ ଆସନ ଭାଗବଣ୍ଟା ହିସାବ ଛିଣ୍ଡାଇବା ସହଜ ହେବ ନାହିଁ।
ହରିୟାଣା:ହରିୟାଣାରେ ଭାଜପା ଏବଂ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ସରକାର ଚାଲିଛି। ଏଥର ଭାଜପା ରାଜ୍ୟର ସମସ୍ତ ୧୦ ଲୋକ ସଭା ଆସନରେ ଲଢ଼ିବା ନେଇ ସ୍ପଷ୍ଟ କରିଛି। ଏପରି ହେଲେ ଜେଜେପି ମଧ୍ୟ ଏକାକୀ ଲଢ଼ିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା-ଜେଜେପି ପରସ୍ପରକୁ ଛାଡ଼ପତ୍ର ଦେଇପାରନ୍ତି ବୋଲି କୁହାଯାଉଛି।
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନ୍‌ (ଏଜେଏସ୍‌ୟୁ) ସହ ମିଶି ୨୦୧୯ ନିର୍ବାଚନ ଲଢ଼ିଥିଲା ଭାଜପା। ସେତେବେଳେ ଭାଜପାକୁ ରାଜ୍ୟର ୧୪ରୁ ୧୧ ଲୋକ ସଭା ଆସନରେ ସଫଳତା ମିଳିଥିବାବେଳେ ଏଜେଏସ୍‌ୟୁ ୧ରେ ସୀମିତ ରହିଥିଲା। ଆସନ୍ତା ନିର୍ବାଚନରେ ଦୁଇଦଳ ଏକାଠି ଲଢ଼ିପାରନ୍ତି।
ଆସାମ:୨୦୧୯ରେ ଭାଜପାର ସହଯୋଗୀ ଥିଲେ ଆସୋମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌)। ଭାଜପା ରାଜ୍ୟର ୧୪ ଆସନରୁ ୧୦ରେ ଲଢ଼ି ୯ଟିରେ ଜିତିଥିଲା। ଏଜିପି ୩ ଏବଂ ବିପିଏଫ୍‌ ଗୋଟିଏରେ ଲଢ଼ି ହାରିଯାଇଥିଲେ। ଆସାମ ସମେତ ଉତ୍ତର-ପୂର୍ବରେ ଭାଜପାର ମୂଲଚାଲ କ୍ଷମତା ହ୍ରାସ ସହ ଆଞ୍ଚଳିକ ଦଳଗୁଡ଼ିକର ବଳ ବୃଦ୍ଧି ଘଟିଥିବାରୁ ଏଥରର ରଣନୀତି ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ...

ଟିକେଟ କରାଇଦେବା ନାଁରେ ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

ବେଙ୍ଗାଲୁରୁ,୧୯ା୧୦: ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର...

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri