ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…

ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ ମେଡିକାଲ କଣ୍ଡିଶନ ଏତେ ଖରାପ ଥିଲା କି, ସେ ସନ୍ତାନ ଜନ୍ମ କରିବା ପାଇଁ ସକ୍ଷମ ନ ଥିଲେ। ମାତ୍ର ଡାଏଟ୍‌ରେ ପରିବର୍ତ୍ତନ କରିଦେବାରୁ ତାଙ୍କର ଘରକୁ ଖୁସି ଖବର ଆସିଲା।

ମୋଣ୍ଟୋଗେମରିରେ ରହୁଥିବା ୫୫ ବର୍ଷୀୟ ଷ୍ଟିଫେନ୍‌ ଏବଂ ତାଙ୍କ ସ୍ତ୍ରୀ ରେଚଲ ତାଙ୍କର ଆଇବିଏଫ୍‌ରେ ଅସୁବିଧା ଥିବାରୁ ସେ କେବେ ସନ୍ତାନ ଜନ୍ମ କରିପାରିବେନି ଡାକ୍ତରଙ୍କଠାରୁ ଶୁଣି ଭାଙ୍ଗି ପଡ଼ିଥିଲେ। କିନ୍ତୁ ସେମାନେ ଜାଣି ନ ଥିଲେ ବ୍ରେଡ୍‌ ଖାଇବା ଛାଡ଼ିଦେବା ପରେ ତାଙ୍କ ଜୀବନରେ ଏମିତି ଚମତ୍କାର ଘଟଣା ଘଟିବ।

ଷ୍ଟିଫେନ୍‌ଙ୍କର ଡାଇବେଟିସ୍‌ ସମସ୍ୟା ସହ ଶୁକ୍ରାଣୁ ସଂଖ୍ୟା ମଧ୍ୟ କମ୍‌ ଥିଲା। ସେ ବ୍ରେଡ୍‌ ବା ପାଉଁରୁଟି ଖାଇବା ଛାଡ଼ି ଦେଇଥିଲେ। ଏହାର ୫ ମାସ ପରେ ରେଚଲ ଗର୍ଭବତୀ ହୋଇଥିଲେ। ଦୀର୍ଘଦିନ ଧରି ସନ୍ତାନଟିଏ ଯାହାର ହେଉ ନ ଥିଲା ସାମାନ୍ୟ ପାଉଁରୁଟି ଛାଡ଼ିବା ଯେ ତାଙ୍କ ଘରେ ଏତେ ଖୁସି ଆଣିବ ସେ କେବେ ଭାବି ନ ଥିଲେ।

ଷ୍ଟିଫେନ୍‌ କୁହନ୍ତି, ଡାକ୍ତରମାନେ ଯେତେବେଳେ ତାଙ୍କୁ ମନା କରିଥିଲେ ସେ କେବେ ଆଉ ମା’-ବାପା ହୋଇପାରିବେନି ସେମାନେ ସନ୍ତାନ ଆଶା ଛାଡ଼ି ଦେଇଥିଲେ। ମାତ୍ର ବ୍ରେଡ୍‌ ତାଙ୍କ ଜୀବନରେ ଖୁସି ଭରି ଦେବ ସେ କଥା କେବେ ଚିନ୍ତା କରି ନ ଥିଲେ। ରେଚଲ ଏବେ ମା’ ହେବାକୁ ଯାଉଛନ୍ତି। ଏହି ଖୁସିରେ ଦମ୍ପତିଙ୍କ ଗୋଡ଼ ଆଉ ତଳେ ଲାଗୁନି। ପରିବାର ଲୋକେ ମଧ୍ୟ ଏହି ଖବର ଶୁଣି ବହୁତ ଖୁସି ଅଛନ୍ତି ବୋଲି କୁହନ୍ତି ରେଚଲ।

Share