ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼

କଟକ ଅଫିସ,୨୨ା୨:ଏସ୍‌ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ ଗ୍ରାମର ସମ୍ପୃକ୍ତ ଆଶାକର୍ମୀ ସୋମବାର ଏସ୍‌ସିବି ମେଡିକାଲ ପରିସରସ୍ଥ ଫାଣ୍ଡିରେ ଏ ନେଇ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜନୈକା ଆଶାକର୍ମୀ ଜଣେ ମହିଳା ରୋଗୀଙ୍କୁ ବ୍ରହ୍ମଗିରିର ନୂଆଗାଁ ରେବଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ କଟକ ଆଣି
ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ରବିବାର ସନ୍ଧ୍ୟାରେ ରୋଗୀଙ୍କ ରକ୍ତ ସମସ୍ୟା ସମ୍ପର୍କରେ ନର୍ସ ଓ ଡାକ୍ତରଙ୍କୁ ସମ୍ପୃକ୍ତ ଆଶାକର୍ମୀ ଜଣାଇଥିଲେ। ଏହାକୁ ନେଇ ବଚସା ହେବାରୁ ସେଠାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏଭଳି ଘଟଣା ଏହି ମେଡିକାଲରେ ନୂଆ କଥା ନୁହେଁ। ପୂର୍ବରୁ ବିଭିନ୍ନ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମେଡିକାଲର କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବାର ନଜିର ରହିଛି। ଗାଁ ଓ ସହରାଞ୍ଚଳରେ ସେବା ପାଇଁ ଆଶାକର୍ମୀଙ୍କୁ ସରକାର ନିୟୋଜିତ କରିବା ସହ କୋଭିଡ୍‌ ଯୋଦ୍ଧା ଭାବେ ଘୋଷଣା କରିଥିଲେ ମଧ୍ୟ ସେମାନଙ୍କ ପ୍ରତି ଏଭଳି ବ୍ୟବହାର ନିନ୍ଦନୀୟ ବୋଲି ଓଡ଼ିଶା ଆଶାକର୍ମୀ ସଂଘର ଉପଦେଷ୍ଟା ବସନ୍ତ କୁମାର ସାହୁ କହିଛନ୍ତି। ଏଥିସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ସିବି ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ଲୁସି ଦାସ କହିଛନ୍ତି, ତାଙ୍କ ପାଖକୁ ଲିଖିତ ଅଭିଯୋଗ ଆସିନାହିଁ। ବିଭାଗୀୟ ମୁଖ୍ୟଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ,୩।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।...

ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍‌

ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ପୂର୍ବତଟ...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀର ଦାଶଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୩।୭(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସର ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ଅଣ୍ଡର ସେକ୍ଟ୍ରେଟାରି ସମୀର ଦାଶ ଯିଏ କି ପୂର୍ବରୁ...

ଓଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍‌: ଦୁଇ ଗିରଫ

କଟକ,୩ା୭(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍‌ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି । ଏ ସମ୍ପର୍କରେ ସୁକ୍‌ମା ପୋଲିସ ଦେଇଥିବା ସୂଚନା...

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ...

ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri