ଜାମିନ ପାଇଁ ହାଇକୋର୍ଟ ଗଲେ ଡାକ୍ତର

କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗତ ୭ ତାରିଖରେ ଗିରଫ କରିଥିଲା। ତଳକୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯାଇଥିଲା। ସୋମବାର ଡାକ୍ତର ଘୋଷ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ସୁନ୍ଦରଗଡ଼ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ପୂର୍ବତନ ଆଇଆଇସି ମାଝୀ ଓ ଡାକ୍ତର ଘୋଷଙ୍କ ନାମରେ ରାଏବଗା ଥାନାରେ ଏତଲା ଦିଆଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିଲା।

Share