Posted inଫୁରସତ

ଓଜନ କମାଦେବାରୁ ମାଲିକଙ୍କୁ ଚିହ୍ନି ପାରିଲା ନାହିଁ କୁକୁର: ଆଉ ତା’ପରେ ଯାହା ଘଟିଲା, ଭିଡିଓ କରିବ ଭାବପ୍ରବଣ

କୁକୁର ଏପରି ଏକ ପଶୁ, ଯାହାକୁ ଅଧିକାଂଶ ଲୋକ ଘରେ ରଖି ପାଳିବାକୁ ପସନ୍ଦ କରନ୍ତି। କୁକୁରର ବିଶ୍ୱସ୍ତତା ଏବଂ ପ୍ରେମ ସବୁଠି ଉଦାହରଣ ଭାବରେ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଯେକେହି ଭାବପ୍ରବଣ ହୋଇଯିବେ।
ଭାଇରାଲ ଭିଡିଓରେ ଦେଖାଯାଏ ଯେ, ବଡ଼ ଦାଢି ଥିବା ଜଣେ ବ୍ୟକ୍ତି ପାର୍କରେ ଥିବା ଏକ ବେଞ୍ଚରେ ବସିଛନ୍ତି ଏବଂ ତାଙ୍କ ପଛରୁ ଗୋଟିଏ କୁକୁର ଭୁକୁଛି। ପଛରେ ଜଣେ ମହିଳା ମଧ୍ୟ ଠିଆ ହୋଇଛନ୍ତି, ଯିଏ ମାର୍ଗଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ସେହି ବ୍ୟକ୍ତିଙ୍କ ଆଡକୁ କୁକୁର ଚାହିଁ ଭୁକୁଛି। ବେଞ୍ଚରେ ବସିଥିବା ବ୍ୟକ୍ତି ଜଣଙ୍କ ହେଲେ କୁକୁରର ମାଲିକ। ସେ ଓଜନ କମାଇ ଦେଇଥିବାରୁ କୁକୁର ପ୍ରଥମେ ତାଙ୍କୁ ଚିହ୍ନି ପାରି ନାହିଁ, କିନ୍ତୁ ମାଲିକଙ୍କ ବାସ୍ନା ଶୁଙ୍ଘି ସେ ନିଜ ମାଲିକକୁ ଚିହ୍ନି ପାରିଛି। ଏହା ପରେ ସେ ଆନନ୍ଦରେ ମାଲିକଙ୍କ ଉପରକୁ ଡେଇଁପଡି ଖେଳୁଛି।
ବହୁ ସଂଖ୍ୟକ ଲୋକ ଏହାକୁ ଭିଡିଓ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓ ୪.୨ ନିୟୁତ ଭ୍ୟୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri