Categories: ଫୁରସତ

ଚଳନ୍ତା ଟ୍ରେନ୍‌ରୁ ଏମିତି କୌଶଳରେ ଓହ୍ଲାଉଛି କୁକୁର, ଭିଡିଓ ଦେଖିଲେ…

ପ୍ରାୟତଃ ମଣିଷମାନେ ଭାବନ୍ତି ଯେ, ପଶୁମାନେ ନିର୍ବୋଧ। ସେମାନେ ପ୍ରକୃତି ଏବଂ ଏହାର ନିୟମ ବୁଝନ୍ତି ନାହିଁ। ଆମେ ବିଜ୍ଞାନ ସୃଷ୍ଟି କରି ଏହାକୁ ଅଧ୍ୟୟନ କରିଥାଉ। ଯାହା ପରେ ଆମେ ପ୍ରକୃତିର କଥାକୁ ବୁଝିଥାଉ। ପ୍ରାଣୀମାନେ ଅଧ୍ୟୟନ କରିନାହାନ୍ତି ସତ କିନ୍ତୁ ସେମାନେ ବିଜ୍ଞାନକୁ ବେଶ୍‌ ଭଲ ଭାବେ ବୁଝିଛନ୍ତି। ସେମାନଙ୍କର ପ୍ରକୃତି ଏବଂ ବିଜ୍ଞାନ ବିଷୟରେ ଏମିତି ଜ୍ଞାନ ଅଛି ଯାହାର ଏକ ଭିଡିଓ ଦେଖିଲେ ହିଁ ସ୍ପଷ୍ଟ ଭାବେ ବୁଝିପାରିବେ।

ସୋସିଆଲ ମିଡିଆ ‘ଏକ୍ସ’ରେ @ScienceGuys_ ନାମକ ଏକ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଗୋଟିଏ କୁକୁର ଚଳନ୍ତା ଟ୍ରେନରୁ ଓହ୍ଲାଉଥିବାର ଦେଖିବାକୁ ମିଳୁଛି। ଟ୍ରେନ୍‌ରୁ ଓହ୍ଲାଇବା ବେଳେ, ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଯେତେବେଳେ ଜଣେ ବ୍ୟକ୍ତି ତଳକୁ ଓହ୍ଲାଇଥାଏ ସେ ପ୍ଲାଟଫର୍ମରେ ଦୌଡ଼ିଥାନ୍ତି। କିନ୍ତୁ ଚଳନ୍ତା ଟ୍ରେନ୍‌ରୁ କୁକୁରଟି ଆରାମରେ ଓହ୍ଲାଇ ଯାଉଛି। ଯାହା ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହି ଭିଡିଓଟି ୨୪ ଲକ୍ଷ ଭ୍ୟୁ ପାଇଥିବା ବେଳେ ଅନେକ ୟୁଜର ନିଜ ନିଜର ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମୁମ୍ବାଇ ଅଞ୍ଚଳରେ କୁକୁରମାନେ ଟ୍ରେନ୍‌ରେ ଚଢ଼ିବା ପରବର୍ତ୍ତୀ ଷ୍ଟେଶନରେ ଓହ୍ଲାଇବା ଏକ ସାଧାରଣ ଦୃଶ୍ୟ। ଜଣେ କହିଛନ୍ତି, କୁକୁର ଜାଣେ ଓହ୍ଲାଇବା ପରେ ସେ ସିଧା ଠିଆ ହୁଏ ନାହିଁ। ଅନ୍ୟ ଜଣେ କହିଛନ୍ତି, ଲାଗୁଛି ଟିଟିଇ ଦେଖିବା ପରେ କୁକୁରଟି ପଳାଇବାକୁ ଚେଷ୍ଟା କରୁଛି।

Share