ବିଳମ୍ବରେ ଫିଟିଲା ଶ୍ରୀମନ୍ଦିର ଦ୍ୱାର, ଅଚେତ ହେଲେ ଭକ୍ତ

ପୁରୀ,୧୨ା୧୦(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ବିମଳାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ତେବେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗୁରୁବାର ଶ୍ରୀମନ୍ଦିରରେ ମା’ ବିମଳାଙ୍କ ମହାଷ୍ଟମୀ ନୀତି ରହିଥିଲା। ତେଣୁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ରାତି ୧୨ଟାରେ ଅନୁଷ୍ଠିତ ହୋଇଥିଲା। ପହୁଡ଼ ନୀତି ସମ୍ପନ୍ନ ହେବା ପରେ ମା’ ବିମଳାଙ୍କ ମହାଷ୍ଟମୀର ଗୁପ୍ତ ନୀତି ଆରମ୍ଭ ହୋଇଥିଲା। ରାତି ୧ଟା ୫୦ରେ ମଇଲମ ନୀତି ପରେ ଅନ୍ୟାନ୍ୟ ନୀତି ସହ ଦେବୀଙ୍କ ମାଜଣା ବେଶ କରାଯାଇଥିଲା। ଶୁକ୍ରବାର ସକାଳ ୬ଟା ୫ରେ ଶଙ୍ଖୁଡ଼ି ଭୋଗ ଏବଂ ଅନ୍ୟାନ୍ୟ ନୀତି ସରିବା ପରେ ୭ଟା ୩୦ରେ ମା’ ବିମଳାଙ୍କ ରାତ୍ର ପହୁଡ଼ ସମ୍ପନ୍ନ ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଅର୍ଥାତ ଶୁକ୍ରବାର ସକାଳ ୮ଟା ୫୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା। ପରେ ଦାରୁଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ତେବେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ସହସ୍ରାଧିକ ଭକ୍ତ ଭୋରୁ ଧାଡ଼ିରେ ଅପେକ୍ଷା କରି ରହିଥିଲେ। ଦୀର୍ଘ ସମୟ ଧରି ଖରାରେ ଧାଡ଼ିରେ ଛିଡ଼ା ହୋଇ ରହିବାରୁ ଅନେକ ଭକ୍ତ ଭିଡ଼ ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡ଼ିଥିଲେ। ଏହାକୁ ନେଇ ସେଠାରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅଚେତ ହୋଇପଡ଼ିଥିବା ୧୦ରୁ ଊର୍ଦ୍ଧ୍ୱ ଭକ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅନ୍ୟପକ୍ଷରେ କିଛିଦିନ ହେଲା ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁବିଧା ନିମନ୍ତେ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଉକ୍ତ ଘଟଣା ପାଇଁ ଭକ୍ତମାନେ ପ୍ରଶାସନର ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି। ପ୍ରଶାସନ ପକ୍ଷରୁ ଏସି ଶେଡ୍‌କୁ ଭାଙ୍ଗିଦିଆଯାଇଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ହୋଇପାରିନାହିଁ। ଶେଡ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାବେଳେ ପାଣି ବ୍ୟବସ୍ଥା ନାହିଁ। ଫଳରେ ଭକ୍ତମାନେ ସମସ୍ୟା ଭୋଗୁଛନ୍ତି। ଆଗକୁ କାର୍ତ୍ତିକ ମାସ ଆସୁଛି। ପ୍ରଶାସନ ଏବେଠାରୁ ପଦକ୍ଷେପ ନ ନେଲେ ହବିଷିଆଳି ଏବଂ ଅନ୍ୟ ଭକ୍ତମାନେ ହଇରାଣ ହେବେ। ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି। ମା’ ବିମଳାଙ୍କ ଗୁପ୍ତନୀତି ଯୋଗୁ ବିଳମ୍ବରେ ଦ୍ୱାରଫିଟା ହୋଇଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମସ୍ତ ସେବାୟତଙ୍କ ସହାୟତାରେ ନୀତି ଶୃଙ୍ଖଳିତ କରାଯିବା ସହ ଭକ୍ତଙ୍କ ପାଇଁ ସୁବିଧା ଓ ସହଜ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ବଲିଉଡ୍‌ ନାଇଟ୍‌ ଶୋ’ ହେବ। ଏନେଇ କଟକ ଜିଲାପାଳ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ ସୋନୁ ନିଗମ, ସୁରେଶ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri