Categories: ଜାତୀୟ

ପାଇଲଟ୍‌ଙ୍କ ପାଇଁ କଂଗ୍ରେସର ଦ୍ୱାର ସର୍ବଦା ଖୋଲାରହିଛି: ରାହୁଲ

ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ରାଜନୈତିକ ଡ୍ରାମା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ମନମାଳିନ୍ୟ ଏବେ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ସଚିନଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ନୀରବତା ଭଙ୍ଗ କରି ମୁହଁ ଖୋଲିଛନ୍ତି। ବୁଧବାର ରାହୁଲ ସଚିନଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି। ଯେଉଁଥିରେ ସେ ତାଙ୍କୁ ମନାଇବାକୁ ଯାଇ କହିଛନ୍ତି, ସଚିନ ହେଉଛନ୍ତି ଦଳର ସଦସ୍ୟ। ତାଙ୍କ ପାଇଁ କଂଗ୍ରେସର କବାଟ ସବୁବେଳେ ଖୋଲାରହିଛି ବୋଲି ରାହୁଲ କହିଛନ୍ତି। ଏଥିସହ ରାଜସ୍ଥାନ ବିବାଦକୁ ନେଇ ସାର୍ବଜନୀନ ସ୍ଥାନରେ କୌଣସି ବୟାନ ନ ରଖିବାକୁ ରାହୁଲ ଗେହଲଟଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ରାହୁଲଙ୍କ ଏହି ବାର୍ତ୍ତା ପରେ ସ୍ପଷ୍ଟ ହୋଇଛି ଯେ, ଏବେ ବି ସଚିନଙ୍କ ପାଇଁ କଂଗ୍ରେସ ଦ୍ୱାର ବନ୍ଦ ହୋଇନାହିଁ।

Share