ନାଟକ ଭୂତିଆର୍‌, ହତିଆର୍‌ ମଞ୍ଚସ୍ଥ

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସୌଖିନ କଳାକାର ସଂଘ ପକ୍ଷରୁ ନାଟକ ଭୂତିଆର୍‌ ହତିଆର୍‌ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ରଚିତ ଏହି ନାଟକରେ ଅଧ୍ୟାପକ ଅଶୋକ ବେହେରା ନିର୍ଦ୍ଦେଶନା ଦେଇଥିଲେ। ଗୋପାଳ ପ୍ରସାଦ ମିଶ୍ର, ପରିତୋଷ ବେହେରା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଗୋପାଳକୃଷ୍ଣ ଦାଶ ନୃତ୍ୟ ନିର୍ଦ୍ଦେଶନା ଦେଇଥିବାବେଳେ ତ୍ରିନାଥ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ନାଟକର ବିଭିନ୍ନ ଭୂମିକାରେ ଅଶୋକ ବେହେରା, ପ୍ରଭାସ ରଞ୍ଜନ ମହଲା, ବିଜୟ କୁମାର ବେହେରା, ସଞ୍ଜୟ ପାଢ଼ୀ, କେତନ ବଗାର, ସ୍ବରୂପ ରଞ୍ଜନ ପଟ୍ଟନାୟକ, ପ୍ରଭାସ ବିର୍ତ୍ତିଆ, ସୁଶ୍ରୀ ମଧୁମିତା ନାୟକ, ଆୟୁସୀ କର ପ୍ରମୁଖ ଅଭିନୟ କରିଥିଲେ। ଲିପ୍‌ସା ବେହେରା, ସ୍ନେହପ୍ରଭା ଦର୍ଡ଼ମେଘ, ପ୍ରତିଜ୍ଞା ନନ୍ଦ, ଇପ୍‌ସିତା ଭୋସାଗର ପ୍ରମୁଖ ନୃତ୍ୟରେ ଅଂଶଗ୍ରହଣ କରିଥିଲେ। ଶୁଭମ ମହାପାତ୍ର ପ୍ରଚ୍ଛଦପଟ ଗାୟକଭାବେ କଣ୍ଠଦାନ କରିଥିଲେ। ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଅର୍ପିତା ଦାଶ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି ସୌଖିନ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା ଏବଂ ସୌଖିନ ସମ୍ବଲପୁରୀ ନୃତ୍ୟ ଶିକ୍ଷାକେନ୍ଦ୍ରର ଛାତ୍ରୀଛାତ୍ରମାନେ ନୃତ୍ୟ ପରିବେଷଣ କରିଥିଲେ। ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଓ ସମ୍ପାଦକ ପ୍ରଭାସ ରଞ୍ଜନ ମହଲା ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସଙ୍ଗୀତ ଗୁରୁ ସୁଶିଲ କୁମାର ମିଶ୍ର, ଦିପାଂଶୁ ଆଚାର୍ଯ୍ୟ, ସନ୍ଦୀପ ମହାପାତ୍ର, ସରୋଜ ସେଠ, ନୃତ୍ୟଗୁରୁ ଗୋପାଳକୃଷ୍ଣ ଦାଶ, ନେହେରୁ ସରାଫଙ୍କ ସଂଯୋଜନା, ନିର୍ଦ୍ଦେଶନାରେ ସଙ୍ଗୀତ, ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ।