ପୂରଣ ହେବ ଦୃଷ୍ଟିହୀନ ମଧୁମିତାଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ, ,୧୫।୩ ଏଥର ହାର୍‌ମୋନିୟମ ଉପରେ ଚାଲିବ ଅଙ୍ଗୁଳି। ଜନ୍ମରୁ ଆଖି ନାହିଁ ବୋଲି ଯେଉଁ ଅବସୋସ ରହିଯାଇଛି, ସେହି କ୍ଷତକୁ ଅନେକାଂଶରେ ଉପଶମ ହେବ। ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ହାରମୋନିୟମ୍‌ ଦିଆଯିବା ପରେ ଦୃଷ୍ଟିହୀନ ମଧୁମିତା ସାହୁଙ୍କୁ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ହେବାର ସ୍ବପ୍ନକୁ ନୂଆ ଦିଗ ମିଳିଛି, ଯାହାକୁ ନେଇ ସେ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଏକତାଳି ପଞ୍ଚାୟତ ନିମେଇପୁର ଗ୍ରାମର ଅନାଦି ଚରଣ ସାହୁ ଏବଂ ସୁମତି ସାହୁଙ୍କ ୩ ସନ୍ତାନଙ୍କ ମଧ୍ୟରେ ଏକମାତ୍ର କନ୍ୟା ମଧୁମିତା। ସେ ଜନ୍ମରୁ ଦୃଷ୍ଟିହୀନ। ଗରିବ ଚାଷୀ ପରିବାରର ଆର୍ଥିକ ଅନଟନ ତାଙ୍କ ସଙ୍ଗୀତ ଯାତ୍ରାରେ ସୃଷ୍ଟି କରିଥିଲା ପ୍ରତିବନ୍ଧକ। ହେଲେ ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନ ଥିଲେ ମଧୁମିତା। ବହୁ କଷ୍ଟରେ ବିଏ ପାସ୍‌ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତି ବିଭାଗରେ ଓଡ଼ିଶୀ ଭୋକାଲରେ ସେ ପିଜି କରୁଛନ୍ତି। ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିଲେ ହେଁ, ଗୁରୁତ୍ୱର ଆର୍ଥିକ ପରିସ୍ଥିତି ଏଥିରେ ପ୍ରତିବନ୍ଧକ ସାଜିଛି। ଏଥିଲାଗି ସୋମବାର ବାପାଙ୍କ ସହ ମଧୁମିତା ଜିଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ସହାୟତା କରିବାକୁ ନିବେଦନ କରିଥିଲେ। ମଧୁମିତାଙ୍କ ଚମତ୍କାର କଣ୍ଠରେ ଜିଲାପାଳ ଅଭିଭୂତ ହୋଇଥିବାବେଳେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ହାର୍‌ମୋନିୟମ କିଣିବା ଲାଗି ଅର୍ଥ ମଞ୍ଜୁର କରିଥିଲେ। ଏଥିସହ ତାଙ୍କୁ ଅନ୍ତ୍ୟୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। ସେହିପରି ଅନାଦିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବାକୁ ଜିଲାପାଳ ଭୁବନ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ଗୀତ ଅଭ୍ୟାସ ପାଇଁ ମଧୁମିତାଙ୍କୁ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି ଜରିଆରେ ଏକ ହାରମୋନିୟମ ପ୍ରଦାନ କରାଯାଇଛି। ତାଙ୍କ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି। ଆଗାମୀ ଦିନରେ ସେବାଶ୍ରମ ବିଦ୍ୟାଳୟରେ ତାଙ୍କୁ ନିଯୁକ୍ତି ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନ ବନ୍ଦରରୁ ୫, ଝାରସୁଗୁଡାରୁ ୪ ସହରକୁ ସିଧା ସଳଖ ଉଡିବ ବିମାନ

ଭୁବନେଶ୍ୱର,୧୫ା୧୧(ଅନିଲଦାସ)-ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍‌, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ। ସେହିପରି ଝାରସୁଗୁଡା...

ଭୁବନେଶ୍ୱରରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର,୧୪ା୧୧: ରାଜ୍ୟକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ଦେଶର ଅନେକ ସହରକୁ ବିମାନ ସେବା ମିଳୁଥିଲା ବେଳେ...

ଥରାଇବ ଶୀତ

ଭୁବନେଶ୍ୱର,୧୪ା୧୧(ଅନୁରାଧା ମହାରଣା)- ରାଜ୍ୟରେ ବର୍ତ୍ତମାନ କୌରସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ। ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ...

ନଭେମ୍ବର ୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୧୫ା୧୧: ଆସନ୍ତା ନଭେମ୍ବର ୧୮ ତାରିଖ ଏବଂ ନଭେମ୍ବର ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ...

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ...

ଆଦିବାସୀ ପିଲାମାନଙ୍କ ଶିକ୍ଷା, ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୫ା୧୧: ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ସମାରୋହ ପାଳନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ: ଡଙ୍ଗା ପାଇଁ ଗଲା ଏକାବେଳେ ୫ ଜଣଙ୍କ ଜୀବନ

ଭୁବନେଶ୍ୱର, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ବିଭିନ୍ନ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri