ପୂରଣ ହେଉନି ଟ୍ୟାପ୍‌ରେ ପାଣି ପାଇବା ସ୍ବପ୍ନ

ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ। ଏଥିପାଇଁ ସରକାର ଝାରସୁଗୁଡ଼ା ସହରର ସମସ୍ତ ୱାର୍ଡ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ। ୨୦୨୪ ଶେଷ ହୋଇ ବର୍ତ୍ତମାନ ୨୦୨୫ ମାର୍ଚ୍ଚ ମାସ ଶେଷ ହେବାକୁ ଗଲାଣି। ହେଲେ ଗୋଟିଏ ବି ଜଳ ଯୋଗାଣ ପ୍ରକଳ୍ପ ସହରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଝାରସୁଗୁଡ଼ା ସହରବାସୀ ଗ୍ରୀଷ୍ମ ଋତୁରେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ଜନସାଧାରଣ ସରକାରଙ୍କ ଘୋଷଣା ପରେ ଘରେ ଘରେ ଟ୍ୟାପ ପାଣି ପହଞ୍ଚତ୍ବ ଏବଂ ସବୁଦିନ ପାଇଁ ପିଇବା ପାଣିର ଅସୁବିଧାରୁ ମୁକ୍ତି ପାଇବୁ ବୋଲି ସ୍ବପ୍ନ ଦେଖିଥିଲେ। ସ୍ବପ୍ନ କେବେ ସତ ହେବ ତାହା ସମୟ କହିବ। ଅନ୍ୟପକ୍ଷେ ବିଳମ୍ବିତ ହେଲେ ମଧ୍ୟ ଶହ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଜଳ ଯୋଗାଣ ପ୍ରକଳ୍ପଗୁଡିକ ଆଜି ନ ହେଲେ କାଲି କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ସରକାର ପ୍ରକଳ୍ପଗୁଡିକ ଶୀଘ୍ର ସାରିବା ପାଇଁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ଖରାଦିନେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ, ପାଣି ଆସିବ କେଉଁଠୁ। ଇବ ଓ ଭେଡେନ ନଦୀ ଫେବୃଆରୀରୁ ଶୁଖିଲା ପଡିଛି। ଯେଉଁ ଟିକେ ପାଣି ଧାରା ବୋହୁଛି ତାହା କମ୍ପାନୀ ନେଇଯାଉଛି। ଭୁପୃଷ୍ଟ ଜଳସ୍ତର ଦିନକୁ ଦିନ ନିମ୍ନଗାମୀ ହେଉଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ଜଳ ଯୋଗାଣ ବିଭାଗ ତାର ମେଗା ପ୍ରକଳ୍ପ ପାଇଁ ପାଣି କେଉଁଠୁ ଆଣିବ। ଝାରସୁଗୁଡ଼ା ଜିଲାର ବିଭିନ୍ନ ଗ୍ରାମରେ ନିର୍ମାଣ କରାଯାଇଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକ କେଉଁଠି ବନ୍ଦ ପଡିଛି ତ କେଉଁଠି ଅଧା ଚଳୁଛି। ଜିଲାରେ ଜଳ ଯୋଗାଣ ବିଭାଗ ଏବଂ ୱାଟକୋ ବିଭାଗରେ ଖର୍ଚ୍ଚ ହେଉଥିବା ଶହ ଶହ କୋଟି ଟଙ୍କା ପ୍ରକୃତରେ ଲୋକଙ୍କ କାମକୁ ଆସିବ ନା ନାହିଁ ଏବଂ ଝାରସୁଗୁଡ଼ା ଜନସାଧାରଣ କେତେ ଦିନ ଆଉ ଏପରି ଜଳକଷ୍ଟ ଭୋଗ କରିବେ ତାହା ଝାରସୁଗୁଡ଼ାବାସୀଙ୍କ ମନରେ ସନ୍ଦେହ ପ୍ରକାଶ କରିଛି। ଏ ସମ୍ପର୍କରେ ଝାରସୁଗୁଡ଼ା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶିବାଶିଷ ଦାଶଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଝାରସୁଗୁଡ଼ା ଜିଲାର ବିଭିନ୍ନ ଗ୍ରାମଗୁଡିକରେ ବିଭିନ୍ନ ଠିକା ସଂସ୍ଥା ରାସ୍ତାଗୁଡିକ କଂକ୍ରିଟ ଫଟାଇ ଦେଇଥିବାରୁ ଜଳ ଯୋଗାଣରେ ଅସୁବିଧା ହେଉଛି। ଯେଉଁ ପ୍ରକଳ୍ପଗୁଡିକ ଅଧା ଚାଲୁଛି ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ କରାଯାଉଛି। ୱାଟକୋର ଜିଏମ୍‌ ସୁବ୍ରତ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ରିସିଭ କରି ନ ଥିବାରୁ ତାଙ୍କ ମତାମତ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image