୩ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର ହେଲେ ଚାଳକ ଓ ହେଲପର

ଆନନ୍ଦପୁର,୩।୪(ସ୍ବ.ପ୍ର.): ଘସିପୁରା ଥାନା ଅଧିନ ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁର ନିକଟରେ ଏକ ଟ୍ରକ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାଗ୍ରସ୍ତ ଗାଡିରେ ଉଭୟ ଚାଳକ ଓ ହେଲପର୍‌ ଦୀର୍ଘ ସମୟ ଧରି ଫସିରହିଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଦୀର୍ଘ ୩ ଘଣ୍ଟା ପରିଶ୍ରମ କରିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଗାଡିର ଚାଳକ ଚମ୍ପୁଆ ଥାନା ଶ୍ରୀଧରପୁର ଗ୍ରାମର ବୁଲେଟ୍‌ କୁମାର ମହାନ୍ତ(30) ଓ ହେଲ୍ପର ଚମ୍ପୁଆ ଥାନା ଜାମୁଡାପାଳ ଗ୍ରାମର ସିତୁରାମ ମୁଣ୍ଡା(19) ବୋଲି ଜଣାପଡିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share