ହାଇଓ୍ବା ସହିତ ଜଳିଗଲେ ଡ୍ରାଇଭର

ବଣାଇଁ,୨୦।୮(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ନିକଟ ଗୀତାରାଣୀ ମାଇନ୍ସରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଝିପିଝିପି ବର୍ଷାରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇଓ୍ବା ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବା ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣାଗ୍ରସ୍ତ ହାଇୱା (ଓ.ଡି. ୦୯ କେ- ୩୮୩୫) ଓ ମୃତ ଡ୍ରାଇଭର ଝାଡ଼ଖଣ୍ଡ ଅଞ୍ଚଳର ଏବଂ ହାଇୱାଟି ବଡବିଲର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Share