ପୁରୁଣା କାର୍ ଇଞ୍ଜିନ ଗରମ ହୋଇଯିବାରୁ ଜଣେ ଡ୍ରାଇଭର ଏମିତି କରିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ଗାଡ଼ି ଅଧିକ ବାଟ ଯିବା ପରେ ଇଞ୍ଜିନ ଗରମ ହୋଇଯାଏ। ଏହାକୁ ଥଣ୍ଡା ରଖିବା ପାଇଁ ଗାଡ଼ିକୁ କିଛି ସମୟ ବନ୍ଦ କରିବାକୁ ପଡ଼େ। ମାତ୍ର ଆମେରିକାର ଜଣେ ବ୍ୟକ୍ତି କାର୍ ଇଞ୍ଜିନ୍ ଗରମ ହୋଇଯିବାରୁ ସେ ଏହାକୁ ନେଇ ପାଣି ଭିତରେ ବୁଡ଼ାଇ ଦେଇଥିଲେ।
ପାଣିରେ କାର୍ ବୁଡ଼ି ଯାଉଥିବା ଦେଖି ଜଣେ ବ୍ୟକ୍ତି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଡ୍ରାଇଭର ଜଣକ କହିଛନ୍ତି, ମୁଁ ଜାଣିକି ଏମିତି କରିଛି। କାରଣ ଗାଡ଼ିର ଇଞ୍ଜିନ୍ ବହୁତ ଗରମ ହୋଇଯାଇଥିଲା। ଏଥିରୁ ରକ୍ଷା ପାଇବା ପାଇଁ ମୁଁ ଏପରି କରିଛି। ଏହା ପରେ କାର୍ଟିକୁ ପାଣିରୁ ବାହାର କରାଯାଇଥିଲା।