୩ ପୋଲିସ ଅଧିକାରୀଙ୍କ ସମେତ ଡ୍ରାଇଭର ମୃତ

ବ୍ରହ୍ମପୁର ଅଫିସ,୨୪।୮: ଆନ୍ଧ୍ରପ୍ରଦେଶ ପଲାସା ସୁମାଦେବୀ ଜଙ୍କ୍‌ସନ ନିଟକ ଜାତୀୟ ରାଜପଥରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୩ ଅଧିକାରୀ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଲାସା ମଣ୍ଡଳ ଥାନା ସବ୍‌ଇନ୍ସପେକ୍ଟର କ୍ରିଷ୍ଣାଡ଼ୁ, ଏସ୍‌ଆଇ ଏନ୍ଥୋନି, ବାବୁ ରାଓ ଏବଂ ଜିପ୍‌ ଡ୍ରାଇଭର ଜନାର୍ଦ୍ଦନ ବୋଲି ପଲାସା ମଣ୍ଡଳ ଥାନାଧିକାରୀ ଏସ୍‌.ଶଙ୍କର ରାଓ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ସୋମବାର ଜଣେ ସାମରିକ କର୍ମଚାରୀଙ୍କୁ ଗାର୍ଡ ଅଫ୍‌ ଅନର ଦେବା ପାଇଁ ଜିପ୍‌ଟି ଥାନାରୁ ୩ଜଣ ପୋଲିସ ଅଧିକାରୀଙ୍କୁ ନେଇ କୋଲକାତା ଅଭିମୁଖେ ବାହାରିଥିଲା। ସୁମାଦେବୀ ଜଙ୍କ୍‌ସନ ନିକଟରେ ଜିପ୍‌ ଚକା ଫାଟିଯିବାରୁ ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ବସିଥିବା ଡ୍ରାଇଭରଙ୍କ ସମେତ ୩ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।