ଦହି କିଣିବା ପାଇଁ ରାସ୍ତା ମଝିରେ ଟ୍ରେନ୍‌ ଅଟକାଇଦେଲେ ଚାଳକ, ଆଉ ତା’ ପରେ…

ଇସଲାମାବାଦ,୯ା୧୨: ପାକିସ୍ତାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛି। ଏହି ଚାଳକ ଜଣକ ଟ୍ରେନ୍‌ ଚାଲୁଥିବା ସମୟରେ ତାଙ୍କର ଦହି ଖାଇବାକୁ ଇଚ୍ଛା ହେଲା। ତେଣୁ ସେ ମଝି ରାସ୍ତାରେ ଟ୍ରେନ୍‌ ଅଟକାଇ ତାଙ୍କ ଆସିଷ୍ଟାଣ୍ଟଙ୍କୁ ଦହି କିଣିବା ପାଇଁ ପଠାଇଥିଲେ।

ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ରେଳମନ୍ତ୍ରୀ ଆଜମ ଖାନ୍‌ ସ୍ବାତୀ ଟ୍ରେନ୍‌ ଚାଳକ ରାଣା ମହମ୍ମଦ ଶେହଜାଦ ଏବଂ ତାଙ୍କ ଆସିଷ୍ଟାଣ୍ଟ ଇଫିତଖାର୍‌ ହାସନଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ଭିଡିଓରେ ଚାଳକ ଦହି କିଣିବା ପାଇଁ ଲାହୋର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌କୁ ଅଟାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ରେଳମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଏମିତି ନ କରିଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା।

ସୋସିଆଲ ମିଡିଆରେ ୟୁଜରମାନେ ପାକିସ୍ତାନ ରେଳ ବିଭାଗର ମଜା ଉଡାଉଛନ୍ତି।

Share