ଗାଡ଼ି ଯାଞ୍ଚ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଚାଳକ ଗିରଫ

ଝାରସୁଗୁଡା ଅଫିସ୍‌,୨୮।୫: ଝାରସୁଗୁଡା ଜିଲା ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଶୁକ୍ରବାର ସନ୍ଧ୍ୟାରେ ଲକ୍‌ଡାଉନ ପାଇଁ ସ୍ଥାନୀୟ ସ୍ବାଧୀନ କମ୍ପ୍ଲେକ୍ସ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ସେତିକିବେଳେ ଜଣେ ବାଇକ୍‌ ଚାଳକ ପହଞ୍ଚି ଥିଲେ। ପୋଲିସ ଯାଞ୍ଚ ବେଳେ ତାଙ୍କଠାରୁ ଏକ ଦେଶୀ ବନ୍ଧୁକ ସହ ଅଫୁଟା ଗୁଳି ମିଳିଥିଲା। ପୋଲିସ ସମ୍ପୃକ୍ତ ବାଇକ୍‌ ଚାଳକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଗିରଫ ବାଇକ୍‌ ଚାଳକ ଜଣକ ହେଲେ ବନ୍ଧବାହାଲ ଗୌଡପଡ଼ାର ଅଗସ୍ତୀ ଖରସେଲ୍‌(୫୨)। ଏନେଇ ବନହରପାଲି ଥାନା ପୋଲିସ ଏକ ମାମଲା(ନଂ.୭୯/୨୧) ରୁଜୁକରି ଅଧିକ ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲଣ କରାଯିବ ବୋଲି ଆଇଆଇସି ରଶ୍ମିତା ବେହେରା କହିଛନ୍ତି।