ଦୁଇ ଥାନା ପୋଲିସର ଖୋଳତାଡ଼, ମିଳୁନି ସୁରାକ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଭୁବନେଶ୍ୱର କୋଳଥିଆରୁ କୋରାପୁଟ କାର୍‌ ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା ଓ ଗାଡ଼ି ଲୁଟ୍‌ ଘଟଣାକୁ ୨ଦିନ ବିତିଯାଇଛି। ଏହି ଘଟଣାରେ କାର୍‌ ଲୁଟ୍‌ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି ନା ପୂର୍ବ ଶତ୍ରୁତାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଛି। ଖଣ୍ଡଗିରି ଓ ବୋରିଗୁମ୍ମା ଥାନା ପୋଲିସ ଘଟଣାର ଖୋଳତାଡ଼ କରୁଥିଲେ ମଧ୍ୟ ଲୁଟ୍‌ କାର୍‌ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରୁନି।
ମୃତ ଡ୍ରାଇଭର ହେଉଛନ୍ତି ଖୋର୍ଦ୍ଧା ବେଗୁନିଆର ସୁଧୀର କୁମାର ସାହୁ। ସେ ଭୁବନେଶ୍ୱର ଜାଗମରାରେ ରହି କାର୍‌ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ସାଙ୍ଗ ସୌରଭ କୁମାର କହିଛନ୍ତି, ସୁଧୀର ଭଡା ଯିବା ପୂର୍ବରୁ ତାଙ୍କୁ ୨୩ ତାରିଖରେ ଯୋଗଯୋଗ କରିଥିଲେ। କୋଳଥିଆ ଅଞ୍ଚଳରୁ ୨ ଜଣଙ୍କୁ ଭଡାରେ ନେଇ ବାଲିଗୁଡା ଯିବା କଥା କହିଥିଲେ। ଯିବାବେଳେ ସୁଧୀର ତାଙ୍କୁ ଯୋଗଯୋଗ କରୁଥିଲେ। ରାସ୍ତା ପଚାରିବା ସହ ସେ ୨୪ ତାରିଖ ସୁଦ୍ଧା ରାୟଗଡାରେ ପହଞ୍ଚତ୍ଥିବା କହିଥିଲେ। ସେଠାରୁ କୋରାପୁଟ ଯିବାର କାର୍ଯ୍ୟକ୍ରମ ଥିବା ଜଣାଇଥିଲେ। ମାତ୍ର ଏହାପରଠାରୁ ତାଙ୍କର ଫୋନ ଲାଗି ନ ଥିଲା। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତରଲା ଗ୍ରାମ ନିକଟରୁ ମିଳିଥିଲା। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା ପରେ ସେଠାରେ ଫିଙ୍ଗି ଦେଇ କାର୍‌ ଲୁଟି ନେଇଥିଲେ। ବୋରିଗୁମ୍ମା ପୋଲିସ ମୃତଦେହ ଜବତ କରିବା ସହ ନଂ. ୨୦/୨୧ରେ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ପାଇପାରିନି। ଗୁରୁବାର ସୁଧୀରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସେ କହିଛନ୍ତି।
ଅପରପକ୍ଷରେ ଖଣ୍ଡଗିରି ଥାନା ପୋଲିସ ଖୋଳତାଡ଼ କରୁଥିଲେ ମଧ୍ୟ କିଏ ଭଡାରେ କାର ନେଇଥିଲେ ସେ ନେଇ କୌଣସି ତଥ୍ୟ ହାସଲ କରିପାରି ନାହିଁ। କେବଳ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଥିବା କୁହାଯାଉଛି। ହେଲେ ରାଜଧାନୀରେ ମାଳମାଳ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ନ ପାରିବା କମିଶନରେଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁଧୀରଙ୍କ ସାଙ୍ଗ ସୌରଭ। ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି। ଭଡ଼ାରେ ଯାଉଥିବା ଡ୍ରାଇଭରଙ୍କୁ ହତ୍ୟା କରି କାର୍‌ ଲୁଟ୍‌ ହେଉଥିଲେ ମଧ୍ୟ କମିଶନରେଟ ପୋଲିସ ଘଟଣାକୁ ସେଭଳି ଗୁରୁତ୍ୱର ସହ ଗ୍ରହଣ କରୁ ନ ଥିବାରୁ ରାଜଧାନୀରେ ଏବେ ଏକାଧିକ କାର୍‌ ଲୁଟ୍‌ ଗ୍ୟାଙ୍ଗ୍‌ ସକ୍ରିୟ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri