ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ୍ ଧକ୍କାରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଟ୍ରକ ଚଢ଼ାଇ ମାରିଥିବା ଅଭିଯୋଗରେ ପାଟଣା ପୋଲିସ ଶନିବାର ଟ୍ରକ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚାଳକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଜଶୀପୁର ଥାନା କାଦଡିହା ଗ୍ରାମର ଗଣେଶ୍ୱର ମହାନ୍ତ ଓରଫ ମଙ୍ଗାଳୁ ମହାନ୍ତ(୪୧)। ଏନେଇ ପାଟଣା ଥାନାରେ ୫୧/୨୨ ରେ ଏକ ମାମଲା ରୁଜୁ ହୋଇଛି।