ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଓଡି ୦୨-ପି-୨୩୮୨ ନମ୍ବର ବିଶିଷ୍ଟ ୪୦୭ର ସମ୍ମୁଖ ଭାଗ ଚୁର୍ମାର ହୋଇଯାଇଥିବା ବେଳେ ସଂପୃକ୍ତ ଡ୍ରାଇଭରଙ୍କ ଗୋଡ଼ ଷ୍ଟିଅରିଂରେ ଫସିଯାଇଥିଲା। ଖବରପାଇ ପୋଲିସ ଓ ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ଷ୍ଟିଅରିଂ ପଟ ଡୋର ଭାଙ୍ଗି ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।