ଗୁଗଲ ଏବଂ ଆଲ୍ଫାବେଟ୍ର ସିଇଓ ସୁନ୍ଦର ପିଚାଇ ନିଜ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ,ଯାହା ଖୁବ୍ ଭାଇରାଲ ହେଉଛି। ପିଚାଇ ଏମିତି ଭିଡିଓ ଶେୟାର କରି କିଛି ଫଲୋଅର୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଏକ ଘଡ଼ିଆଳ କୁମ୍ଭୀରର ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କୁମ୍ଭୀର ମୁହଁରୁ ଧୂଆଁ ପରି କିଛି ବାହାରୁଛି। ଫ୍ଲୋରିଡାରେ ଘଡ଼ିଆଳ କୁମ୍ଭୀରଟି ଏକ ଡ୍ରୋନ୍କୁ ଗିଳିଦେଇଛି। ଏହାର କିଛି ସମୟ ପରେ କୁମ୍ଭୀର ପାଟିରୁ ଧୂଆଁ ବାହାରୁଛି।
Alligator snatches drone out of the air and it promptly catches fire in its mouth https://t.co/vDfidrrhsz
— Chris Anderson (@chr1sa) September 1, 2021
ଭିଡିଓଟି କ୍ରିସ୍ ଆଣ୍ଡରସନଙ୍କ ଟୁଇଟର ଆକାଉଣ୍ଟରେ ପୁଣି ଥରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ପବନରେ ଉଡୁଥିବା ଏକ ଡ୍ରୋନ୍କୁ ଗିଳିଦେଲା ଘଡ଼ିଆଳ। ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଅନେକ ପ୍ରଶଂସକ ଏହି ଭିଡିଓକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବାରେ ଲାଗିଛନ୍ତି।