Categories: ଫୁରସତ

ଏମିତି ଲୁୁଚକାଳି ଖେଳୁଛି ବତକ, ଭିଡଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବତକ ସହ ତାର ଛୁଆକୁ ଦେଖିବାକୁ ମିଳୁଛି। ବତକଟି ତାର ଛୁଆଙ୍କୁ ପାଣିରେ ପହଁରା ଶିଖାଇବା ପାଇଁ ଲୁଚକାଳି ଖେଳଛି। ପ୍ରଥମେ ବତକଟି ପିଲାଙ୍କଠାରୁ ଦୁରରେ ରହୁଛି, ପରେ ପିଲା ତା ପାଖକୁ ଆସିଲେ ସେ ପାଣିରେ ବୁଡ଼ି ପିଲାଙ୍କଠାରୁ ଦୁର ହୋଇ ଯାଉଛି। ପୁଣି ଆଉ ଏକ ସ୍ଥନରେ ପାଣିରୁ ବାହାରୁଛି। ପିଲା ତାହା ପାଖକୁ ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓକୁ ବାଇଟେନ୍‌ଗେବାଇଡେନ୍‌ ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଛି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share