Categories: ଫୁରସତ

ଶହଶହ କଇଁଛଙ୍କ ପିଠିରେ ଡେଉଁଛି ବତକ ଛୁଆ

ଦୁନିଆରେ ଅନେକ ବିଚିତ୍ର ଫଟୋ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଫଟୋ ହଜାର ଶବ୍ଦ ପ୍ରକାଶ କରିଥାଏ। କମେଡି ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ ଏହିପରି କିଛି ମଜାଳିଆ ଫଟୋ ନିଆଯାଇଛି। ଯାହାକୁ ଦେଖିଲେ ମନ ଖୁସିରେ ନାଚି ଉଠିବ। ଏହି ଫଟୋ ଦେଖିଲେ ଭାବିବେ ମଷିଷଠାରୁ ପଶୁପକ୍ଷୀ ମଧ୍ୟ ଚାରିପାଦ ଆଗରେ ଅଛନ୍ତି।

ଏମିତି ଏକ ଫଟୋ ଜୁଆନିତା ଆର୍ଦ୍ରଭୂମିରେ ନିଆଯାଇଛି। ଏଥିରେ ଶହଶହ କଇଁଛ ଧାଡ଼ି ହୋଇ ଶୋଇଛନ୍ତି। ଏମାନଙ୍କ ଉପରେ ଏକ ବତକ ଛୁଆ ମନ ଆନନ୍ଦରେ ଡେଇଁ ଚାଲିଛି। କିନ୍ତୁ କଇଁଛମାନେ ଟିକେ ବି ହଲଚଲ ହେଉନାହାନ୍ତି। ଫଟୋଟି ଖୁବ୍‌ ଆକର୍ଷଣୀୟ ହୋଇଛି। ଲୋକେ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଛନ୍ତି।

Share