ଡମ୍ପର ନେଲା ବୃଦ୍ଧଙ୍କ ଜୀବନ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ବାଲେଶ୍ୱର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆନଈ ପୋଲ ନିକଟରୁ ଘରକୁ ଫେରୁଥିଲେ । ଚାନ୍ଦିପୁର ଆଡୁ ଦ୍ରୁତ ବେଗରେ ଯାଉଥିବା ଏକ ଡମ୍ପର ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଡମ୍ପର ଚକାତଳେ ପଡ଼ିଯାଇଥିଲେ ମହେନ୍ଦ୍ର। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପଟେ ଚାନ୍ଦିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।