ନୂଆଦିଲ୍ଳୀ, ୨୪ା୩: ଭୋଟର ପରିଚୟ ପତ୍ର ସହିତ ଆଧାର ଲିଙ୍କ୍ ସମୟ ସୀମାକୁ କେନ୍ଦ୍ର ସରକାର ଚଳିତବର୍ଷ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଆଧାରକାର୍ଡ ଲିଙ୍କ୍ ନେଇ ଶେଷ ତାରିଖ ଚଳିତବର୍ଷ ଏପ୍ରିଲ ୧କୁ ଧାର୍ଯ୍ୟ କରାଯାଇଥିଲା। ଜଣେ ବ୍ୟକ୍ତିବିଶେଷଙ୍କର ଏକାଧିକ ନିର୍ବାଚନ ମଣ୍ଡଳୀରେ ଭୋଟର ପରିଚୟପତ୍ର ଥିବା ନେଇ ଅଭିଯୋଗ ହେବା ପରେ ସରକାର ଭୋଟର ପରିଚୟ ପତ୍ର ସହିତ ଆଧାର ଲିଙ୍କ୍ କରିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏ ନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଏକ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା।