ବ୍ରହ୍ମପୁର ଅଫିସ,୨୩।୮: ବ୍ରହ୍ମପୁର ଦେଇ ଯାଉଥିବା ଦୁରନ୍ତ ଏକ୍ସପ୍ରେସ (ହାଓ୍ବଡା-ବେଙ୍ଗାଲୁର) ଶନିବାର ସନ୍ଧ୍ୟାରେ ଆମ୍ବପୁଆ ଲେବଲ କ୍ରସିଂରେ ହଠାତ୍ ଅଟକି ଯାଇଥିଲା। ଯାତ୍ରୀମାନେ କିଛି ବୁଝିପାରି ନ ଥିବାବେଳେ ଉଭୟ ପଟେ ଅଟକି ରହିଥିବା ଲୋକମାନେ ମଧ୍ୟ ଟ୍ରେନ ରହିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ଯାତ୍ରୀ ବାହାରକୁ ଆସି କାହିଁକି ଟ୍ରେନ ଅଟକିଲା ବୋଲି ଗେଟ୍ମ୍ୟାନ୍ଙ୍କୁ ପଚାରିଥିଲେ। କେହି ଜଣେ ବ୍ୟକ୍ତି ଚେନ୍ ଟାଣି ଦେବାରୁ ଟ୍ରେନ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ସେ ଦିଗରେ କେହି କିଛି ସ୍ପଷ୍ଟ କରୁ ନାହାନ୍ତି। ପ୍ରାୟ ୧୫ମିନିଟ ପରେ ପୁଣିଥରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା। ବ୍ରହ୍ମପୁର ଦେଇ ଏହି ଟ୍ରେନ ସନ୍ଧ୍ୟା ୭ଟା ବେଳେ ଯାଇଥାଏ। କିନ୍ତୁ ଶନିବାର ୧୫ମିନିଟ ବିଳମ୍ବ ଅର୍ଥାତ ୭ଟା ୧୫ରେ ବ୍ରହ୍ମପୁର ଷ୍ଟେଶନ ଦେଇ ଦୁରନ୍ତ ଏକ୍ସପ୍ରେସ ଯାଇଥିବା ସୂଚନା ମିଳିଛି।