ଧାନ ମିଲ୍‌ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ

ପାତ୍ରପୁର,୨।୬(ଡି.ଏନ୍‌.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ ପଡୁଛି। ଘରୁ ବାହାରକୁ ବାହାରିଲେ ଚୋରଙ୍କ ଭଳି ମୁଣ୍ଡରେ ଗାମୁଛା ଘୋଡ଼େଇ ଆସିବାକୁ ପଡୁଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ଘାଣ୍ଠି ହେଉଛନ୍ତି ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମବାସୀ। ଦୀର୍ଘ ପାଞ୍ଚ ବର୍ଷ ହେଲା ଗ୍ରାମରେ ଥିବା ସାଇ ସାରଥି ରାଇସ୍‌ ମିଲ୍‌ରୁ ବାହାରୁ ଥିବା କୁଣ୍ଡା ଓ ଧୂଳି ଯୋଗୁ ଗ୍ରାମରେ ପ୍ରଦୁଷଣ ବଢ଼ିବାରେ ଲାଗିଛି। ମିଲ୍‌ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର, ଶିବ ମନ୍ଦିର, ପୋଖରୀ, ପ୍ରାଥମିକ ବିଦ୍ୟାଳୟ, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ର, ପନ୍ଦରାସାହି, ନୂଆସାହି ପ୍ରମୁଖ ସାହିର ଲୋକଙ୍କ ବ୍ୟତିତ ଗ୍ରାମକୁ ଯିବା ଆସିବା କରୁଥିବା ଜନସାଧାରଣଙ୍କ ଦେହରେ ପଡୁଛି କୁଣ୍ଡା ଓ ଧୂଳି। ଗ୍ରାମର ତିନିଶହ ପରିବାର ପାଇଁ ରହିଥିବା ଏକମାତ୍ର ପୋଖରୀ ପାଣିରେ ଦୈନିକ ଧାନ ମିଲ୍‌ରୁ ବାହାରୁଥିବା କୁଣ୍ଡା ପାଣିରେ ମିଶୁଛି। ସେହିପାଣିକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ମିଲ୍‌କୁ ଲାଗି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ମାନେ ମୁହଁ ଘୋଡ଼ାଇ କେନ୍ଦ୍ରକୁ ଆସି କବାଟ ଦେଇ ପଢୁଛନ୍ତି। ଗ୍ରାମର କିଛି ବ୍ୟକ୍ତିଙ୍କ ଆଖିରେ କୁଣ୍ଡା ଓ ଧୁଳି ପସିବାରୁ ଦୃଷ୍ଟି ଶକ୍ତି ହରାଇଛନ୍ତି। ନିକଟରେ ଥିବା ଶିବ ମନ୍ଦିରରେ ଧୂଳି ପସିବା ସହ ପ୍ରସାଦ ତିଆରି ଘରକୁ କୁଣ୍ଡା ଯାଇ ପ୍ରଶାଦରେ ପଡୁଛି। ପ୍ରାଥମିକ ବିଦ୍ୟାଳୟ ଝରକା ଦେଇ ମିଲ୍‌ର ଶଦ୍ଦ ସହ କୁଣ୍ଡା ଯୋଗୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି କରିବା ସହ ବିଭିନ୍ନ ସାହି ବାସିନ୍ଦାଙ୍କ ଘରେ ମିଲର ଧୁଳି ଓ କୁଣ୍ଡା ପସୁଛି ା ଶହେରୁ ଊର୍ଦ୍ଧ୍ୱ ପରିବାରଙ୍କ ଖାଇବା ଥାଳିରେ କୁଣ୍ଡା ଓ ଧୁଳି ପସୁଛି। ଦୈନିକ ଗ୍ରାମକୁ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତିା ଏ ନେଇ ମିଲ୍‌ ମାଲିକଙ୍କୁ ବାରମ୍ଭାର କହି ଆସୁଥିଲେ ମଧ୍ୟ ମାଲିକ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଓଲଟା ସାହି ବାସିନ୍ଦାଙ୍କୁ ନାଲି ଆଖି ଦେଖାଇ ଘରେ କବାଟ ଦେଇ ରହିବାକୁ କହୁଛନ୍ତି। ମଙ୍ଗଳବାର ଗ୍ରାମର କେତେକ ବ୍ୟକ୍ତି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବିପତ୍ର ଦେବା ସହ ଡାକ ଯୋଗେ ଉପଜିଲାପାଳ, ଜିଲା ପ୍ରଦୁଷଣ ବିଭାଗ, ପ୍ରଦୁଷଣ ବିଭାଗ ନିର୍ଦ୍ଦେଶକ ଓଡ଼ିଶା ଓ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବୁଧବାର ସମ୍ପୃକ୍ତ ମିଲ ମାଲିକକୁ ତହସିଲ କାର୍ଯ୍ୟାଳୟକୁ ଡକାଇ ତଦନ୍ତ କରିବା ସହ ମିଲର କାଗଜ ପତ୍ର ଗୁଣ୍ଡୁରା ରାଜସ୍ବ ଅଧିକାରୀଙ୍କୁ ଦେଖାଇବାକୁ କୁହାଯାଇଥିଲା।
ଗୁରୁବାର ଉକ୍ତ ମିଲକୁ ତହସିଲ ପ୍ରଶାସନ ଆସି ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ: ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ମାମଲା

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ  ଆକ୍ରମଣ କରାଯାଇଛି। ଏହି...

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ...

ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା: ପ୍ରଥମ ସ୍ବାମୀ ସମେତ ୨ ଗିରଫ

ଶେରଗଡ଼,୪ା୧୧(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର...

ଝିଅ ଦେଖିବାକୁ ଯାଉଥିଲେ: ଗଛରେ ପିଟି ହେଲା କାର

ପାତ୍ରପୁର,୩ା୧୧(ଉମା ଚରଣ ନେପାକ): ଝିଅ ଦେଖିବାକୁ ଯାଇ କାର ଦୁର୍ଘଟଣାରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଗୋଳନ୍ଥରାଥାନା ହରିପୁର ଗ୍ରାମର ୟୁ ଚନ୍ଦ୍ରୁ,...

ଫୋନ୍‌ କଲ୍‌ ଆସିବାରୁ ଘରୁ ବାହାରି ଯାଇଥିଲେ, ପୋଖରୀରୁ ମିଳିଲା ମୃତଦେହ

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମ ବୈଷ୍ଣବ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ବେଲଗାଁ ପୋଲିସ ଉଦ୍ଧାର...

ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ...

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି...

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri