ଚିନ୍ତାରୁ ମୁକ୍ତି ପାଇବାର ସରଳ ଉପାୟ

ଚିନ୍ତାରୁ ମୁକ୍ତି ପାଇବାକୁ କିଏ ବା ଚେଷ୍ଟା କରି ନ ଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ସେ ନିଜକୁ ଚିନ୍ତାଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ଏ ସମ୍ପର୍କରେ ଗବେଷଣା କରିବା ସମୟରେ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ପ୍ରତିଦିନ ଯୋଗ କିମ୍ବା ପ୍ରାଣାୟାମ କରୁଥିବା କିଛି ବ୍ୟକ୍ତିଙ୍କ ଜୀବନଶୈଳୀକୁ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ଯେଉଁମାନେ ନିୟମିତ ଯୋଗ କିମ୍ବା ପ୍ରାଣାୟାମ କରୁଥିଲେ ସେମାନେ ଅନେକାଂଶରେ ଚିନ୍ତା ଏବଂ ଟେନସନ୍‌ଠାରୁ ନିଜକୁ ଦୂରେଇ ରଖିପାରୁଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି।